ଅହମ୍ମଦାବାଦ ସିରିଏଲ ବ୍ଲାଷ୍ଟ ଘଟଣାର ରାୟ : ୩୮ଜଣଙ୍କୁ ମୃତ୍ୟୁ ଦଣ୍ଡ
୨୦୦୮ରେ ଅହମଦାବାଦରେ ସଙ୍ଗଠିତ ସିରିଏଲ୍ ବୋମା ବିସ୍ଫୋରଣ ପ୍ରକାଶ ପାଇଛି । ଦୋଷୀ ସାବ୍ୟସ୍ତ ୪୯ଜଣଙ୍କ ମଧ୍ୟରୁ ଅହମଦାବାଦର ଏକ ସ୍ବତନ୍ତ୍ର ଅଦାଲତ ୩୮ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ବାକି ୧୧ଜଣଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ଦିଆଯାଇଛି। ଏକାସଂଗେ ଏତେଜଣଙ୍କୁ ଫାଶୀ ଦିଆଯିବା ଘଟଣା ପ୍ରଥମ ବୋଲି ଚର୍ଚ୍ଚା ହେଉଛି ।
ରାୟ ଶୁଣାଇବା ବେଳେ ସ୍ବତନ୍ତ୍ର ବିଚାରପତି ଏ.ଆର୍. ପଟେଲ୍ ଉକ୍ତ ବିସ୍ଫୋରଣରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପାଇଁ ୧ ଲକ୍ଷ ଟଙ୍କା, ସାଙ୍ଘାତିକ ଆହତ ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ ୫୦ ହଜାର ଏବଂ ସାମାନ୍ୟ ଆହତ ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ ୨୫ ହଜାର ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି।
ଫେବୃଆରୀ ୮ରେ, ସ୍ୱତନ୍ତ୍ର କୋର୍ଟ ସମସ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଯେତେବେଳେ ୨୮ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ଅହମଦାବାଦ ସିରିଏଲ ବିସ୍ଫୋରଣରେ ୭୮ ଜଣ ଅଭିଯୁକ୍ତ ଥିଲେ । ପରେ ଜଣେ ଅଭିଯୁକ୍ତ ସରକାରୀ ସାକ୍ଷୀ ହୋଇଥିଲେ। ଏହି କାରଣରୁ ମୋଟ ୭୭ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଏହି ମାମଲାର ଶୁଣାଣି ୧୩ ବର୍ଷ ଧରି ସ୍ୱତନ୍ତ୍ର କୋର୍ଟରେ ଚାଲିଥିଲା ।
Powered by Froala Editor