ସରପଂଚ ପ୍ରାର୍ଥୀଙ୍କୁ ମାଡ ମାରିଲେ ମହିଳା

ଦେବଗଡ : ସରପଂଚ ପ୍ରାର୍ଥୀଙ୍କୁ ଗାଁ ଦାଣ୍ଡରେ ମାଡ ମାରିଲେ ମହିଳା । ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ବିଜୟନଗର ଗ୍ରାମପଂଚାୟତରେ ଘଟିଛି ଏହି ଘଟଣା । ବିଜୟନଗର ଗାଁର ବିଜେଡି ସମର୍ଥିତ ସରପଂଚ ପ୍ରାର୍ଥୀ ହଳଧର ସାହୁ ଜେରକ୍ସ ଦୋକାନକୁ ଭୋଟର ଲିଷ୍ଟ ଜେରକ୍ସ କରିବାକୁ ଯାଉଥିଲେ । ଦୋକାନ ସାମ୍ନାରେ ହଠାତ୍ ହଳଧରଙ୍କୁ ରୁକ୍ମଣୀ ସାହୁ ନାମକ ଜଣେ ମହିଳା ମାଡ ମାରିଥିଲେ । କିଛି ସମୟ ପରେ ରୁକୁଣୀଙ୍କ ପୁଅ ଅଶୋକ ଓ ଅନ୍ୟ ଜଣେ ସଂପର୍କୀୟ ମହିଳା ପୁଣି ହଳଧରକୁ ପିଟିବାକୁ ଆସିଥିଲେ ।
ଏହାଦେଖି ଗ୍ରାମବାସୀ ଏକଜୁଟ ହୋଇ ସେମାନଙ୍କୁ କାବୁ କରିଥିଲେ । ଗ୍ରାମବାସୀ ଆସୁଥିବା ଦେଖି ଅଶୋକ ଏକ କାରରେ ଫେରାର ହେବାକୁ ଉଦ୍ୟମ କରୁଥିଲା, କିନ୍ତୁ ଗ୍ରାମବାସୀ କାର ସହ ଅଭିଯୁକ୍ତକୁ ଅଟକ ରଖି ପୁଲିସକୁ ଡାକିଥିଲେ । ଖବର ପାଇ ଦେବଗଡ ପୁଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତଙ୍କୁ ଉତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରି ଥାନାକୁ ନେଇଛନ୍ତି ।
Powered by Froala Editor