‘ରୁଦ୍ର’ ଅବତାରରେ ଅଜୟ

ରିଲିଜ୍ ହୋଇଛି ୱେବ ସିରିଜ୍ ‘ରୁଦ୍ର: ଦି ଏଜ୍ ଅଫ୍ ଡାର୍କନେସ୍’ ର ଟ୍ରେଲର । ଟ୍ରେଲରରେ ବଲିଉଡ଼ ଅଭିନେତା ଅଜୟ ଦେବଗନ ଜବରଦସ୍ତ ଅବତାରରେ ନଜର ଆସିଛନ୍ତି। ୬ ଏପିସୋଡ଼ର ଏହି ସିରିଜ୍ ମାର୍ଚ୍ଚ ୪ ତାରିଖରେ ଡିଜ୍ନୀ ପ୍ଲସ ହଟଷ୍ଟାରରେ ରିଲିଜ୍ ହେବ। ଏଥିରେ ଅଜୟ ରୁଦ୍ରବୀର ସିଂହ ଓରଫ୍ ରୁଦ୍ର ନାମକ ପୁଲିସ ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି। ସିରିଜ୍ରେ ଅଜୟଙ୍କ ବ୍ୟତୀତ ରାଶି ଖନ୍ନା, ଈଶା ଦେଓଲ, ଅତୁଲ କୁଲକର୍ଣ୍ଣି, ଅଶ୍ବିନୀ କଲସେକର, ବିକ୍ରମ ସିଂହ ଚୌହାନ, ଆଶୀଷ ବିଦ୍ୟାର୍ଥୀ ପ୍ରମୁଖ ନଜର ଆସିବେ।
ଟ୍ରେଲରରେ ଅଭିନେତ୍ରୀ ରାଶି ଖନ୍ନା ଅଜୟଙ୍କ ସହ ମାଇଣ୍ଡ ଗେମ୍ ଖେଳୁଥିବା ଦେଖିବାକୁ ମିଳିଛି। ଏଥିସହ ଅଜୟ ଜଣେ କୁଖ୍ୟାତ ଅପରାଧୀକୁ ଖୋଜୁଛନ୍ତି। ଏହି ଅପରାଧୀର ସନ୍ଧାନରେ ଅଜୟ ଅନେକ ଜିନିଷ ଦେଖିବାକୁ ପାଇଛନ୍ତି ଓ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଉଛି।
Powered by Froala Editor