ଗାଁରେ ଚାଲିଲା କଙ୍ଗାରୁ କୋର୍ଟ, ଛେଳି ଚୋରକୁ ଉଲଗ୍ନ କରି ଗଛରେ ବାନ୍ଧିଲେ ଗ୍ରାମବାସୀ

ବାରିପଦା: ପୁଣି ରାଜୁତି କରିଲା କଙ୍ଗାରୁ କୋର୍ଟ । ଗାଁରେ ଚାଲିଲା କଙ୍ଗାରୁ କୋର୍ଟ । ଛେଳି ଚୋରି ଅଭିଯୋଗରେ ଦୁଇଜଣ ଚୋରକୁ ସନେ୍ଦହ କରି ଉଲଗ୍ନ କରି ଗଛରେ ବାନ୍ଧିଲେ ଗ୍ରାମବାସୀ । ଏହିପରି ଭାବରେ ଜୁଲୁମ ହୋଇଛି ମୟୁରଭଞ୍ଜ କପ୍ତିପଦା ଥାନା ବଳଦମରା ଅଞ୍ଚଳରେ ଏଭଳି ଘଟଣା ଘଟିଛି ।
ସୂଚନାନୁଯାୟୀ, ଛେଳି ଚୋର ସନ୍ଦେହରେ ଦୁଇଜଣଙ୍କୁ ଅଟକାଇଥିଲେ ସ୍ଥାନୀୟ ଲୋକ । ପରେ ଦୁଇ ଯୁବକଙ୍କ ଉଲଗ୍ନ କରି ଗାଁ ଦାଣ୍ଡରେ ଗଛରେ ବାନ୍ଧିଥିଲେ । ସେମାନଙ୍କ ନିକଟରୁ ଗୋଟିଏ ବ୍ୟାଗ ଜବତ ହୋଇଛି। ପରେ ଦୁଇ ଯୁବକଙ୍କୁ ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ ।
Powered by Froala Editor