ପଞ୍ଚୟତ ନିର୍ବାଚନ ପୂର୍ବରୁ ଅଘଟଣ, ପ୍ରିଜାଇଡିଙ୍ଗ ଅଫିସର ମୃତ

ଅନୁଗୁଳ: ତ୍ରିସ୍ତରୀୟ ପଞ୍ଚୟତ ନିର୍ବାଚନ ପୂର୍ବରୁ ଘଟିଗଲାଣି ଅଘଟଣ । ନିର୍ବାଚନ ଡ୍ୟୁଟିରେ ଯୋଗ ଦେବାକୁ ଘରୁ ବାହାରି ଆଖି ବୁଜିଲେ ପ୍ରିଜାଇଡିଙ୍ଗ ଅଫିସର ଶୁଭେନ୍ଦୁ ନାୟକ । ଏପରି ଦୁଃଖଦ ଘଟଣା ଅନୁଗୁଳରେ ।
ମୃତ ଶୁଭେନ୍ଦୁ ନାୟକଙ୍କ ଘର ଅନୁଗୁଳ ଜିଲ୍ଲାର କିଶୋରନଗର ବ୍ଲକ କୁମୁରୁଶିଙ୍ଗା ଗାଁରେ। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହେଇଥିଲା । ଶୁଭେନ୍ଦୁ କୁମାର ନାୟକ ରଜାମୁଣ୍ଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ ।
ଆଜି ନିର୍ବାଚନୀ କାର୍ୟ୍ୟରେ ପ୍ରିଜାଇଡିଙ୍ଗ ଅଫିସର ଭାବେ ଯୋଗ ଦେବାକୁ ଶୁଭେନ୍ଦୁ କୁମାର ନାୟକ ଘରୁ ବାହାରିଥିଲେ। ବଅଁରପାଳ ବ୍ଲକରେ ପୂର୍ବାହ୍ନ ୯ ଟାରେ ଯୋଗଦେବାର ଥିଲା । ସେଥିପାଇଁ ସେ ଭୋରୁ ଘରୁ ବାହାରୁ ଥିବା ସମୟରେ ଅଚେତ୍ ହୋଇ ପଡ଼ିଥିଲେ । ପରେ ତାଙ୍କୁ କିଶୋରନଗର ମେଡିକାଲକୁ ଅଣାଯାଇଥିଲା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି ।
Powered by Froala Editor