ପ୍ରଚାରରେ ମାତିଛନ୍ତି ବର୍ଷା

ଭୁବନେଶ୍ୱର: ପାଖେଇ ଆସିଲାଣି ପଞ୍ଚାୟତ ନିର୍ବାଚନ। ଗାଁ ଗଣ୍ଡରେ ଜମିଲାଣି ପ୍ରଚାର। ସବୁଠି ମାଳ ମାଳ ନେତା। ହେଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାଁ ଗନ୍ଧ ନାହିଁ। ଅନୁଭବଙ୍କୁ ବିଜେଡି ଆଉ ପଚାରୁ ନ ଥିବା ବେଳେ ଦୂର ଦୂର କଲାଣି ବୋଲି ଚାଲିଛି ଚର୍ଚ୍ଚା। ଦିନେ ବିଜେଡିର ଷ୍ଟାର ପ୍ରଚାରକ ପାଲଟିଥିବା ଅନୁଭବଙ୍କର କିନ୍ତୁ ଏଥର ପ୍ରଚାରରେ ନାଁ ଗନ୍ଧ ନାହିଁ। ତାଙ୍କ ସ୍ଥାନରେ ବିଜେଡି ପାଇଁ ଗାଁଗହଳିରେ ପ୍ରଚାରରେ ମାତିଛନ୍ତି ପତ୍ନୀ ବର୍ଷା।
ବିଜେଡି ଅନୁଭବଙ୍କୁ କୋଣଠେସା କରି ପତ୍ନୀ ବର୍ଷାଙ୍କୁ ସାମନାକୁ ଆଣିବା ଏବେ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି। ବର୍ଷା ବି ଏବେ ବିଭିନ୍ନ ସ୍ଥାନକୁ ଯିବା ସହ ପ୍ରଚାରରେ ନିଜକୁ ସାମିଲ କରୁଛନ୍ତି । ଯାହାକି ସାଂସଦଙ୍କୁ ଶକ୍ତ ଧକ୍କା ଦେଇଛି। ବର୍ଷାଙ୍କ ସହିତ ଘନିଷ୍ଠତା ଆଉ ଅନୁଭବଙ୍କ ସହ ଦୂରତା, ବିଜେଡିର ଏଭଳି ଆଭିମୁଖ୍ୟକୁ ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା।
ଏହା ପ୍ରମାଣିତ କରିଛି କି, ଆଉ ବିଜେଡିର ଆସ୍ଥାଭାଜନ ହୋଇ ନାହାନ୍ତି ଅନୁଭବ। ଆଗକୁ ତାଙ୍କ ରାଜନୈତିକ ଭବିଷ୍ୟତ ନେଇ ବଡ ଆଶଙ୍କା ବି ଦେଖାଦେଇଛି। କାହିକି ନା ସେମି ଫାଇନାଲରେ ଖେଳୁନଥିବା ପ୍ଳେୟର ଫାଇନାଲରୁ ବି ବାଦ ପଡିବା ସମ୍ଭାବନା ବେଶି।
Powered by Froala Editor