ରାଜ୍ୟରେ ଆଉ ୨୦ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ଘଟୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍। ଗତ ୨୪ ଘଣ୍ଟାରେ ୮୫୯ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨୦ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୯୦୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୭୮୧୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୧୩୨୪ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୫୭୮୪୦ ଜଣ ସୁସ୍ଥ ହୋଇଛନ୍ତି ।
ଗତ ୨୪ ଘଣ୍ଟାରେ ଆଉ ୮୫୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୦୩ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୩୫୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୭୨ ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୮୧୨୧ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
୩୦ଟି ଜିଲ୍ଲାରୁ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୦୫ ଜଣ, କୋରାପୁଟରୁ ୭୧ ଜଣ, ସୁନ୍ଦରଗଡ଼ରୁ ୬୨ ଜଣ,କଟକରୁ ୬୫ ଜଣ, ଅନୁଗୁଳ ଓ ଯାଜପୁର ଜିଲ୍ଲାରୁ ୪୫ ଜଣ ଲେଖାଁଏ, ଗଜପତିରୁ ୩୯ ଜଣ, ସମ୍ବଲପୁରରୁ ୩୫ ଜଣ, ମୟୂରଭଞ୍ଜରୁ ୩୪ ଜଣ, ରାୟଗଡ଼ାରୁ ୨୯ ଜଣ, କେନ୍ଦ୍ରାପଡ଼ାରୁ ୨୫ ଜଣ, ଝାରସୁୁଗୁଡ଼ାରୁ ୨୪ ଜଣ, ବାଲେଶ୍ବର ଓ ବରଗଡ଼ ଜିଲ୍ଲାରୁ ୨୧ ଜଣ ଲେଖାଁଏ, ବୌଦ୍ଧରୁ ୨୦ ଜଣ,ଗଞ୍ଜାମ ଓ ସୋନପୁର ଜିଲ୍ଲାରୁ ୧୮ ଜଣ ଲେଖାଁଏ, କେନ୍ଦୁଝର ଓ ପୁରୀ ଜିଲ୍ଲାରୁ ୧୬ ଜଣ ଲେଖାଁଏ, ଜଗତସିଂହପୁରରୁ ୧୫ ଜଣ,ନୂଆପଡ଼ାରୁ ୧୩ ଜଣ,ଭଦ୍ରକ ଓ ମାଲକାନଗିରି ଜିଲ୍ଳାରୁ ୧୨ ଜଣ ଲେଖାଁଏ, ନବରଙ୍ଗପୁରରୁ ୧୧ ଜଣ, କଳାହାଣ୍ଡିରୁ ୧୦ ଜଣ, ବଲାଙ୍ଗୀର, ଦେବଗଡ଼ ଓ ଢ଼େଙ୍କାନାଳ ଜିଲ୍ଲାରୁ ୯ ଜଣ ଲେଖାଁଏ, କନ୍ଧମାଳରରୁ ୮ ଜଣ ଏବଂ ଷ୍ଟେଟ୍ ପୁଲ୍ରୁ ୨୩ ଜଣ ଆକ୍ରାନ୍ତ ରହିଛନ୍ତି।
Powered by Froala Editor