ହଜମ କ୍ଷମତା ବଢ଼ାଇଥାଏ ଏହି ଆଳୁ ପରଟା, ଜାଣନ୍ତୁ ପ୍ରସ୍ତୁତ ପ୍ରଣାଳୀ
ବ୍ରେକଫାଷ୍ଟ ପାଇଁ ପରଟା ସବୁଠାରୁ ପରଫେକ୍ଟ ହୋଇଥାଏ।ଏହାଦ୍ୱାରା ଆପଣଙ୍କ ପେଟ ପୁରିବା ସହିତ ଶିଘ୍ର ଭୋକ ଲାଗିନଥାଏ। ଏମିତି ତ ପରଟା ବହୁତ ପ୍ରକାର ରହିଛି। ଯେମିତିକି କୋବି ପରଟା, ପନୀର ପରଟା କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ହେଙ୍ଗୁ ଜିରା ଆଳୁ ପରଟା। ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ- ୨ କପ୍ ଗହମ ଅଟା, ୪ଟି ସିଝା ଆଳୁ, ୨ ଟି କଞ୍ଚା ଲଙ୍କା, ଚିମୁଟାଏ ହେଙ୍ଗୁ, ୧/୪ ଚାମଚ ଗରମ ମସଲା, ୧/୪ ଚାମଚ ଲାଲ ଲଙ୍କା ପାଉଡର, ଏକ ଚାମଚ୍ ଜିରା, ୧/୪ ଚାମଚ୍ ଚାଟ୍ ମସଲା, ୧ ଚାମଚ ଧନିଆ ପତ୍ର, ଲୁଣ ସ୍ୱାଦାନୁସାରେ, ତେଲ (ଆବଶ୍ୟକ ଅନୁସାରେ)
ପ୍ରସ୍ତୁତି ପ୍ରଣାଳୀ:
- ସର୍ବପ୍ରଥମେ ଆଳୁକୁ ଚକଟିଦିଅନ୍ତୁ।
- ମିଡିୟମ୍ ଆଞ୍ଚରେ ପ୍ୟାନରେ ତେଲ ଗରମ କରିବା ପାଇଁ ରଖିଦିଅନ୍ତୁ।
- ତେଲ ଗରମ ହେବା ପରେ ହିଁ ଏଥିରେ ଜିରା ପକାଇ ତଡକା ଦିଅନ୍ତୁ।
- ଏବେ ଆଳୁ, ଗରମ ମସଲା, ଲାଲ ଲଙ୍କା ପାଉଡର, କଞ୍ଚା ଲଙ୍କା, ଚାଟ ମସଲା ଏବଂ ଲୁଣ ପକାଇ ମିକ୍ସ କରି ୨ ମିନିଟ୍ ପର୍ଯ୍ୟନ୍ତ ଘୋଡାଇ ରଖନ୍ତୁ।
- ନିର୍ଦ୍ଧିଷ୍ଟ ସମୟ ପରେ ଧନିଆ ପତ୍ର ପକାଇ ଗ୍ୟାସ ବନ୍ଦ କରିଦିଅନ୍ତୁ।
- ଏହାପରେ ଏକ ପାତ୍ରରେ ଅଟା ଏବଂ ଲୁଣ ମିଶାଇ ପାଣି ପକାଇ ନରମ ଅଟା ପକାଇ ଚକଟି ଦିଅନ୍ତୁ।
- ଏବେ ଅଟାର ଚକଟାକୁ ନେଇ ପୁରୀ ଭଳି ବେଲି ଦିଅନ୍ତୁ।
- ମିଡିୟମ୍ ଆଞ୍ଚରେ ତାଓ୍ଵାକୁ ଗରମ କରି ସେଥିରେ ତେଲ ଗରମ ହେବା ପାଇଁ ରଖନ୍ତୁ।
- ଏବେ ବେଲି ରଖିଥିବା ପରଟାକୁ ଭଲଭାବେ ସେକି ଦିଅନ୍ତୁ। ଦୁଇ ପାଖକୁ ଭଲଭାବେ ସେକି ଦିଅନ୍ତୁ।
- ଏହିଭଳି ଭାବେ ସବୁ ପରଟାକୁ ପ୍ରସ୍ତୁତ କରିଦିଅନ୍ତୁ।
- ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଜିରା-ହେଙ୍ଗୁ ଆଳୁ ପରଟା।
- ଏହାକୁ ଆପଣ ଦହି କିମ୍ବା ରାଇତା ସହିତ ସର୍ଭ କରନ୍ତୁ।
Powered by Froala Editor