ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରୀୟ ଫୋର୍ସ ପାଉଣା ଛାଡ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଠାରେ ଦାବି କରିଛନ୍ତି । କେନ୍ଦ୍ରୀୟ ଫୋର୍ସ ପାଇଁ ଓଡିଶାକୁ ୪୫୬୧ କୋଟି ଦେବାକୁ କେନ୍ଦ୍ର ଚିଠି କରିଛି । ମାଓ ମୁକାବିଲା ପାଇଁ ଓଡିଶା ସୀମିତ ସମ୍ବଳରୁ ନିଜସ୍ୱ ଫୋର୍ସ ସୃଷ୍ଟି କରିଛି । ମାଓ ମୁକାବିଲା ପାଇଁ ଓଡିଶା ପ୍ରାୟ ୧୫ ବାଟାଲିୟନ ଫୋର୍ସ ସୃଷ୍ଟି କରିଛି । ମାଓ ଉପଦ୍ରବ ଏବେ କେବଳ କିଛି ରାଜ୍ୟ ନୁହେଁ, ଜାତୀୟ ସମସ୍ୟା ପାଲଟିଛି । ଏଭଳି ଜାତୀୟ ସମସ୍ୟା ସମାଧାନ କରିବା ଉଭୟ କେନ୍ଦ୍ର ଓ ରାଜ୍ୟର ଦାୟିତ୍ୱ । ଏଭଳି ସ୍ଥିତିରେ କେନ୍ଦ୍ରୀୟ ଫୋର୍ସ ପାଉଣାକୁ ସମ୍ପୂର୍ଣ୍ଣ ଛାଡ କରିବାକୁ ନିବେଦନ କରିଛନ୍ତି ।
Powered by Froala Editor