ଯୁବକଙ୍କୁ ବଞ୍ଚାଇ ହୃଦୟ ଜିତିଲେ ସୋନୁ

ଲକଡାଉନ୍ ବେଳେ ଶ୍ରମିକଙ୍କ ଭଗବାନ ସାଜିଥିବା ସୋନୁ ଜଣେ ଯୁବକଙ୍କ ଜୀବନ ବଞ୍ଚାଇ ହୃଦୟ ଜିତିଛନ୍ତି। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଦୁର୍ଘଟଣା ପରେ କାର ଭିତରେ ଯୁବକ ଜଣକ ଗୁରୁତର ଆହତ ଅବସ୍ଥାରେ ଫଶି ରହିଥିଲେ। ଏହି ସମୟରେ ସୋନୁ ସେହି ବାଟ ଦେଇ ଯାଉଥିବାରୁ ଗାଡି ଅଟକାଇ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ। କାର ଭିତରୁ ଯୁବକଙ୍କୁ ଉଦ୍ଧାର କରିବା ସହ ନିଜ କୋଳରେ ଯୁବକଙ୍କୁ ଉଠାଇ ଦୌଡି ନିଜ କାର ଭିତରକୁ ନେଇଥିଲେ। ପରେ ଆହତ ଯୁବକଙ୍କୁ ହସ୍ପିଟାଲ ପହଞ୍ଚାଇଥିଲେ ସୋନୁ। ଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚିଥିବାରୁ ଆହତ ଯୁବକଙ୍କ ଜୀବନ ବଞ୍ଚି ଯାଇଛି।
ଏହି ପୂରା ଘଟଣା ଭିଡିଓ ସାମ୍ନାକୁ ଆସିବା ପରେ ପୁଣି ଥରେ ସୋନୁ ପାଲଟି ଯାଇଛନ୍ତି ରିଆଲ୍ ହିରୋ। ସୋନୁଙ୍କ ଏଭଳି ପ୍ରୟାସ ପାଇଁ ଜଣେ ଯୁବକଙ୍କ ଜୀବନ ବଞ୍ଚିଥିବାରୁ ଚାରିଆଡେ ତାଙ୍କ କାମକୁ ନେଇ ପ୍ରଶଂସା କରାଯାଉଛି।
Powered by Froala Editor