ଏହି ଉପାୟରେ ମଜବୁତ କରନ୍ତୁ ନଖ

ସୌନ୍ଦର୍ଯ୍ୟରେ ଏକ ମୁଖ୍ୟ ଭୂମିକା ନେଇଥାଏ ନଖ । ଆଜିକାଲି ନଖକୁ ସଜାଇବା ପାଇଁ ବିଭିନ୍ନ ପ୍ରକାରର ପ୍ରଡ଼କ୍ଟ ମଧ୍ୟ ବଜାରରେ ଉପଲବ୍ଧ । ସମସ୍ତେ ଚାହାନ୍ତି ତାଙ୍କ ନଖ ସୁନ୍ଦର ଓ ମଜବୁତ ଦେଖାଯାଉ । ଏଥିପାଇଁ ଖାସ୍ କରି ଝିଅ ମାନେ ବିଭିନ୍ନ ପ୍ରକାରର ଟ୍ରିଟ୍ମେଣ୍ଟ କରିଥାନ୍ତି। କିନ୍ତୁ ଆପଣ ଚାହିଁଲେ ଘରୋଇ ଉପାୟରେ ବି ନଖକୁ ମଜଭୁତ କରିପାରିବେ। ତେବେ ଆସନ୍ତୁ ଜାଣିବା କେମିତି ଆପଣ ନିଜ ନଖକୁ ଘରେ ହି ଷ୍ଟ୍ରଙ୍ଗ୍ ବନାଇବେ…
ନଖକୁ ମଜଭୁତ କରିବାର ଘରୋଇ ଉପାୟ:
- କିଛି ଲୋକ ନଖକୁ ଦାନ୍ତରେ କାମୁଡ଼ିଥାନ୍ତି। ଆପଣ ବି ଯଦି ଏଭଳି କରୁଛନ୍ତି, ତେବେ ଆଉ କରନ୍ତୁନି। କାରଣ ଏମିତି କଲେ ଦେହ ଖରାପ ହେବା ଆଶଙ୍କା ରହିଛି। ଏହା ଦ୍ୱାରା ନଖର ମଇଳା ପେଟକୁ ଚାଲିଯାଏ। ଏଥିସହ ନଖ ବି ଅସୁନ୍ଦର ଦିଶେ।
- ନଖକୁ ମଜଭୁତ କରିବା ପାଇଁ ନଡ଼ିଆ ତେଲ ମାଲିସ କରନ୍ତୁ। ଏହା ଦ୍ୱାରା ନଖ ଷ୍ଟ୍ରଙ୍ଗ୍ ହେବା ସହ ଚମକଦାର ମଧ୍ୟ ବନେ।
- ଯଦି ନଖକୁ ଫାଇଲ୍ କରୁଛନ୍ତି, ତେବେ ଗୋଟିଏ ଆଡ଼କୁ କରନ୍ତୁ। ଭିନ୍ନ ଦିଗରେ ଫାଇଲ୍ କଲେ ନଖ ଦୁର୍ବଳ ହୋଇଯାଏ ଓ ଭାଙ୍ଗିଯାଏ। ଏଣୁ ସବୁବେଳେ ଗୋଟିଏ ଦିଗରେ ଫାଇଲିଂ କରନ୍ତୁ।
- ନଖରୁ ନେଲପଲିସ ଛଡ଼ାଇବାକୁ ବ୍ଲେଡ୍ ବ୍ୟବହାର କରନ୍ତୁନି କି ଘଷନ୍ତୁ ନାହିଁ। ଏମିତି କରିବା ଦ୍ୱାରା ନଖ ଦୁର୍ବଳ ହୋଇଯାଏ ।ଏଣୁ ସବୁବେଳେ ରିମୁଭର ବ୍ୟବହାର କରନ୍ତୁ।
- ନଖକୁ ମଜଭୁତ କରିବା ପାଇଁ ଡାଏଟ୍ରେ କ୍ୟାଲସିୟମ୍ ସାମିଲ କରନ୍ତୁ। ଏଥିସହ ଡାଏଟ୍ରେ ସୋୟା, ସାଗୁ, ସବୁଜ ପନିପରିବା, ଫଳ, ଡାଲି, ଜରୁରୀ ପୋଷକ ତତ୍ତ୍ୱ ସାମିଲ କରନ୍ତୁ। ଏହା ଦ୍ୱାରା ନଖ ମଜଭୁତ ହୋଇଥାଏ।
- ମଝିରେ ମଝିରେ ନଖକୁ ସଫା କରି କାଟନ୍ତୁ। ଏଭଳି କରିବା ଦ୍ୱାରା ନଖ ସୁସ୍ଥ ରହେ।
Powered by Froala Editor