୭ ଯବାନଙ୍କ ମୃତଦେହ ମିଳିଲା, ବରଫ ଅତଡ଼ା ଖସିବାରୁ ନିଖୋଜ ହୋଇଯାଇଥିଲେ
ବରଫ ଅତଡା ଖସିବାରୁ ନିଖୋଜ ହୋଇଯାଇଥିବା ୭ ଭାରତୀୟ ସୈନ୍ୟଙ୍କ ମୃତଦେହ ମିଳିଛି । ଏକ ଭୟଙ୍କର ବରଫ ଝଡ଼ର ସମ୍ମୁଖୀନ ହୋଇ ସେମାନେ ମୃତ୍ୟୁବରଣ କରିଥିବା କୁହାଯାଉଛି । ସୋମବାର ପାଟ୍ରୋଲିଂ କରୁଥିବା ବେଳେ ପ୍ରବଳ ବରଫପାତ ଯୋଗୁ ୭ ଭାରତୀୟ ସୈନ୍ୟ ଫସିଯାଇଥିଲେ । ଏହାପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିଲା । ଅନେକ ଖୋଜା ଖୋଜି କରିବା ପରେ ମଙ୍ଗଳବାର ୭ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ଭାରତୀୟ ସେନା ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, କେମାଙ୍ଗ ସେକ୍ଟରରେ ହାଇ ଅଲଟିଟ୍ୟୁଡ୍ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଭୀଷଣ ବରଫପାତ ଯୋଗୁ ଫସିଯାଇଥିଲେ ୭ ଯବାନ । ସେଠାରୁ ବାହାରିବା ମଧ୍ୟ ତାଙ୍କ ପକ୍ଷେ ଅସମ୍ଭବ ହୋଇପଡିଥିଲା । ମଙ୍ଗଳବାର ସମସ୍ତ ସହିଦଙ୍କୁ ଉଦ୍ଧାର କରାଯାଇଛି । କେମାଙ୍ଗ ଅଞ୍ଚଳରେ ଗତ କିଛିଦିନ ହେଲା ଲଗାତାର ଭାବେ ଭୀଷଣ ବରଫପାତ ହେଉଛି । ଯାହା ଫଳରେ ପାଗ ମଧ୍ୟ ଖରାପ ରହିଛି । ଏହି କାରଣରୁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହୋଇଥିଲା ।
Powered by Froala Editor