ବିବାହ ଯାତ୍ରା ହେଲା ଶେଷ ଯାତ୍ରା: କାର୍ ଉପରେ ମାଡ଼ିଗଲା ଟ୍ରକ୍, ୯ ମୃତ
ଅନନ୍ତପୁରମ: ବିବାହ ଯାତ୍ରା ହେଲା ଶେଷ ଯାତ୍ରା । ବାହାଘର ସାରି ଫେରୁଥିବା ବେଳେ କାର୍ ଉପରେ ମାଡ଼ିଗଲା ଟ୍ରକ୍ । ଫଳରେ ଦୁର୍ଘଟଣାରେ ୯ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୬ଜଣ ମହିଳା ଓ ୨ଜଣ ଶିଶୁ ରହିଥିବା ବେଳେ, କାର୍ ଚାଳକଙ୍କ ମଧ୍ୟ ମୃତ୍ୟୁ ହୋଇଛି । ସୂଚନା ମୁତାବକ ବିଜେପିର ରାଜ୍ୟ ନିର୍ବାହୀ କମିଟି ସଦସ୍ୟ କୋରା ଭେଙ୍କଟପ୍ପାଙ୍କ ଝିଅଙ୍କ ଗତକାଲି ବିବାହ ଥିଲା । ବାହାଘରରେ ସାମିଲ ହେବାକୁ ସମସ୍ତେ ଗୋଟିଏ କାରରେ ଯାଇଥିଲେ । ବାହାଘର ସରିବା ପରେ ଅନନ୍ତପୁରୁ ଫେରିବା ବେଳେ ଏକ ଟ୍ରକ୍ ସେମାନଙ୍କ କାରକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ କାରରେ ଥିବା ସମସ୍ତେ ପ୍ରାଣ ହରାଇଛନ୍ତି । ଏନେଇ ପେଲିସ ଖବର ପାଇବା ପରେ ଦୁର୍ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି । ପୋଲିସର ସୂଚନା ଅନୁଯାୟୀ ମୃତକ ମାନେ ହେଲେ ନିମ୍ମାଗାଲ୍ଲୁ ଅଞ୍ଚଳ । ମୃତକଙ୍କ ମଧ୍ୟରେ ଭେଙ୍କଟପ୍ପା ମଧ୍ୟ ରହିଥିବା ସୂଚନା ଦେଇଛି ପୋଲିସ ।
Powered by Froala Editor