ଆଜି ଦେଶରେ ଲକ୍ଷେ ତଳେ ପଜିଟିଭ୍
ନୂଆଦିଲ୍ଳୀ: ଦେଶରେ ଦିନକୁ ଦିନ ହ୍ରାସ ପାଉଛି କରୋନା ଗ୍ରାଫ । ଏହାସହ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମଧ୍ୟ ଦ୍ରୁତ ଗତିରେ ତା’ର କାୟା ବିସ୍ତାର କରିବାରେ ଲାଗିଛି । ଆଜି ଦେଶରେ ଲକ୍ଷେ ତଳେ ରହିଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ୮୩ହଜାର ୮୭୬ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୋଟି ପାର୍ କରିଛି । ଦେଶରେ ଦୈନିକ ପଜିଟିଭ୍ ହାର ୭.୪ପ୍ରତିଶତ ରହିଛି । ଆରମ୍ଭରୁ ଇତି ମଧ୍ୟରେ ମୋଟ ୪କୋଟି ୨୨ଲକ୍ଷ ୭୨ହଜାର ୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଗତ ୨୪ଘଣ୍ଟାରେ ଦେଶର ୭ଟି ରାଜ୍ୟ ମଧ୍ୟରେ କେରଳର ସର୍ବାଧିକ ୨୬ହଜାର ୭୨୯ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେହିପରି ମହାରାଷ୍ଟ୍ରରେ ୯ହଜାର ୬୬୬, କର୍ଣ୍ଣାଟକରେ ୮ହଜାର ୪୨୫, ତାମିଲନାଡୁରେ ୬ହଜାର ୧୨୦ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜସ୍ଥାନରେ ୪ହଜାର ୫୦୯, ଗୁଜୁରାଟରେ ୩ହଜାର ୮୯୭ ଏବଂ ଆନ୍ଧ୍ରପ୍ରଦେଶରେ ୨ହଜାର ୬୯୦ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୧୧ଲକ୍ଷ ଉପରେ ରହିଛି । ଦେଶରେ ସକ୍ରିୟ ମାମଲା ରହିଛି ୧୩ଲକ୍ଷ ୮ହଜାର ୯୩୮ ରହିଛି । ଦିନକରେ କରୋନାକୁ ଆଉ ୧ଲକ୍ଷ ୯୯ହଜାର ୫୪ ଜଣ ଲୋକ ମାତ ଦେଇଛନ୍ତି । ଫଳରେ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୪କୋଟି ୬ଲକ୍ଷ ୬୦ହଜାର ୨୦୨ ରେ ପହଞ୍ଚି ଯାଇଛି । ଦେଶରେ ଟିକାକରଣ ପ୍ରକ୍ରିୟା ମଧ୍ୟ ଦ୍ରୁତ ବେଗରେ ଚାଲିଛି ।
Powered by Froala Editor