ଏହି ରିଆଲିଟି ସୋ ହୋଷ୍ଟ କରିବେ କଙ୍ଗନା

ଆଗକୁ ଆସୁଛି ଏକତା କପୁରଙ୍କ ରିଅଲିଟି ଶୋ ଲକ୍ ଅପ୍ – ବାଡ଼ାସ୍ ଜେଲ୍ ଅତ୍ୟାଚାରୀ ଖେଲ୍ , ଯାହାକି 24×7 ଲାଇଭ୍ ଷ୍ଟ୍ରିମ୍ ହେବ ଏବଂ କଣ୍ଟୋଭର୍ସିଆଲ୍ ସେଲିବ୍ରିଟି ହିଁ ଏହି ଶୋରେ ଅଂଶ ଗ୍ରହଣ କରିବେ। ଏହି ଶୋକୁ ହୋଷ୍ଟ କରିବେ କଣ୍ଟୋଭର୍ସିଆଲ୍ କୁଇନ କଙ୍ଗନା ରଣାୱତ୍। ଏକତା କପୁର ଗତ ଗୁରୁବାର ଦିନ ଏହା ଘୋଷଣା କରିଛନ୍ତି ଯେ କଙ୍ଗନା ରଣାୱତ ହିଁ ତାଙ୍କର ନୂତନ ରିଅଲିଟି ଶୋ ଲକଅପର ହୋଷ୍ଟିଙ୍ଗ କରିବେ ।
ଯାହାକି ଉଭୟ ଅଲ୍ଟ ବାଲାଜୀ ଏବଂ ଏମଏକ୍ସ ପ୍ଲେୟାରରେ ପ୍ରସାରିତ ହେବ। ଏହି ଶୋ’ରେ ୧୬ ଟି ବିବାଦିୟ ପ୍ରତିଯୋଗୀମାନେ ଏକ ଜେଲ ଭିତରେ ହିଁ ରହିବେ ଓ ଜେଲରେ ତାଲା ପଡ଼ିବ ।
ତେବେ ଏହି ଶୋ ଭରପୁର ମନୋରଞ୍ଜନର ଦେବ ବୋଲି ଏକତା କହିଛନ୍ତି। ତେବେ କଙ୍ଗନା ରଣାୱତ କହିଛନ୍ତି ଯେ ଏହା OTT ରେ ଆସୁଥିବାରୁ ମୁଁ ବହୁତ ଖୁସି ଓ ଉତ୍ସାହିତ ଅଛି । ଏହା ମୋ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ। ରିଟର୍ଣ୍ଣ ଏହି ଶୋରେ ଅନେକ ବଡ ବଡ ଅଭିନେତ୍ରୀ ଓ ଅଭିନେତା ଆସିବେ ବୋଲି ମଧ୍ୟ ଏକତା କହିଛନ୍ତି ।
Powered by Froala Editor