ଏହା ଥିଲା ଲତାଙ୍କ ମୃତୁ୍ୟର କାରଣ
ମୁମ୍ବାଇ: ନିରବୀ ଗଲେ ସ୍ୱରର ସରସ୍ୱତୀ ଲତା ମଙ୍ଗେସକର । ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ଦୀର୍ଘ ୨୯ ଦିନ ଭେଣ୍ଟିଲେଟରରେ ରହିବା ପରେ ୯୨ ବର୍ଷ ବୟସରେ ଆଖି ବୁଜିଛନ୍ତି । ସେ କିଛି ଦିନେ ତଳେ କୋଭିଡରେ ଆକ୍ରାନ୍ତ ହୋଇ ଡାକ୍ତରଖାନରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । କରୋନାର ସାମାନ୍ୟ ଲକ୍ଷଣ ଥିବା ବେଳେ ପରେ ତାଙ୍କ ଶରୀରରେ ନିମୋନିଆ ଦେଖିବାକୁ ମିଳିଥିଲା । ଯାହା ତାଙ୍କର ସ୍ୱାସ୍ଥ୍ୟବସ୍ଥାକୁ ଆହୁରି ବିଗାଡିଥିଲା । କିଛି ଦିନ ପୂର୍ବେ ଲତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିଲା । କିନ୍ତୁ ଗତ ଶନିବାର ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖା ଦେବା ପରେ ତାଙ୍କୁ ପୁଣିଥରେ ଭେଣ୍ଟିଲେଟରକୁ ନିଆଯାଇଥିଲା । ଆଉ ଶତଚେଷ୍ଟା ପରେ ମଧ୍ୟ ସ୍ୱର ସାମ୍ରାଜ୍ଞୀ ଶେଷରେ ଆଖି ବୁଜିଥିଲେ । ଆଉ ଆଜି ସମସ୍ତଙ୍କୁ ଛାଡି ଅଫେରା ରାଇଜର ଅତିଥି ସାଜିଛନ୍ତି ଭାରତର ରନô ।
ଲତାଙ୍କ ଚିକିସôା କରୁଥିବା ଟିମର ଡାକ୍ତର ପ୍ରତୀକ ସମଦାନୀଙ୍କ କହିବା ଅନୁଯାୟୀ, ଆଜି ସକାଳ ୮ଟା ୧୨ ମିନିଟ୍ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଲତା । ହସ୍ପିଟାଲରେ ଦୀର୍ଘ ଦିନ ଧରି ଚିକିସôିତ ହେବା ପରେ ଆଜି ତାଙ୍କ ଶରୀରର ଅଧିକାଂଶ ଅଙ୍ଗ ଅକାମୀ ହୋଇ ଯାଇଥିଲା । ଫଳରେ ତାଙ୍କର ପରଲୋକ ହୋଇଥିଲା ବୋଲି କହିଛନ୍ତି ଡାକ୍ତର ।
Powered by Froala Editor