ଲତାଙ୍କ ପାଇଁ ଦୁଇ ଦିନ ଅର୍ଦ୍ଧନମିତ ରହିବ ଜାତୀୟ ପତକା
ନୂଆଦିଲ୍ଲୀ: ଭାରତ ସଙ୍ଗୀତ ଜଗତର ଅପୂରଣୀୟ କ୍ଷତି । ଭାରତର କୋକିଳା ଲତା ମଙ୍ଗେସ୍କର ମୃତୁ୍ୟବରଣ କରିଛନ୍ତି । ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍କରଙ୍କୁ ମୃତୁ୍ୟ ବେଳକୁ ୯୨ବର୍ଷ ହୋଇଥିଲା । ନିକଟରେ କୋଭିଡରେ ସଂକ୍ରମିତ ହୋଇ ଚିକିସôିତ ହେଉଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗରୁତର ଥିବାରୁ ୨୯ଦିନ ହେଲା ଭେଣ୍ଟିଲେଟରରେ ଥିଲେ । ମୁମ୍ବାଇ ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଚିକିସôାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଛି । ସକାଳ ୮ଟାରେ ତାଙ୍କ ପାରଲୋକ ହୋଇଥିବା ଜାତୀୟ ଗଣମାଧ୍ୟମରେ ସୂଚନା ମିଳିଛି ।
ଲତାଙ୍କ ବିୟୋଗରେ ଦୁଇଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା । ଦୁଇଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ କେନ୍ଦ୍ର ସରକାର । ଦୁଇ ଦିନ ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା । ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।
Powered by Froala Editor