ଖୁବ କମ ଦିନରେ କରନ୍ତୁ କେଶକୁ ଲମ୍ବା
ଆପଣଙ୍କ କେଶ ବଢ଼ୁନାହିଁ କି? କେଶ ଜନିତ ସମସ୍ୟାରେ ସବୁବେଳେ ଚିନ୍ତିତ ରହୁଛନ୍ତି କି ଆପଣ? କେଶ ଝଡ଼ି ଯାଉଥିବା ଓ ରୁକ୍ଷ ହେଉଥିବା କାରଣ ରୁ ଆପଣ ଚିନ୍ତିତ କି?
ଆମକୁ ସୁନ୍ଦର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ କେଶ, ନିଜ ତ୍ୱଚା ପାଇଁ ଆମେ ଯେତେ ଚିନ୍ତିତ ସେତିକି ଧ୍ୟାନ ଆମେ ଆମ କେଶ ର ମଧ୍ୟ ନେବା ଆବଶ୍ୟକ, ସଠିକ ଭାବରେ ଆମେ କେଶର ଯତ୍ନ ନନେଲେ ଏହାର ପ୍ରଭାବ ଆମ ସୁନ୍ଦରତା ଉପରେ ସିଧା ସଳଖ ପକାଇବ । ପୂର୍ବେ ମହିଳା ମାନଙ୍କର ଲମ୍ବା କେଶ ଥିଲା ସେମାନେ ଏହାର ଉଚିତ ଯତ୍ନ ମଧ୍ୟ ନେଉଥିଲେ । ଯାବତୀୟ ଚିନ୍ତା ଓ ଆଜିକାଲିର ପରିବେଶ ପ୍ରଦୁଷଣ ଓ ଆମ ଜୀବନଚର୍ଯ୍ୟା ରେ ପରିବର୍ତ୍ତନ ଯୋଗୁଁ ଆମେ କେଶ ଜନିତ ସମସ୍ୟା ଭୋଗୁଛେ । ଆଜିକାଲିର ଝିଅ ମାନେ ମଧ୍ୟ ଲମ୍ବା କେଶ ରଖିବା ଏକ ଟ୍ରେଣ୍ଡରେ ପରିଣତ ହୋଇସାରିଲାଣି । ଏଭଳି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ କେତେକ ସହଜ ଉପାୟ ବିଷୟରେ କହିବୁ, ଯାହାକି ଆପଣଙ୍କ କାମରେ ଆସି ପାରିବ। ଆପଣ ଏହାକୁ ଫଲୋ କରି ନିଜ କେଶକୁ ଲମ୍ବା ଏବଂ ଘନ କରି ପାରିବେ। ଆସନ୍ତୁ ଜାଣିବା ସେ ସବୁ ଉପାୟ।
ଭଲ କ୍ୱାଲିଟିର ସାମ୍ପୁ ବ୍ୟବହାର କରନ୍ତୁ: କେଶର ଯତ୍ନ ନେବା ପାଇଁ ପ୍ରଥମେ ମୁଣ୍ଡରେ ଭଲ ଭାବେ ତେଲ ଲଗାନ୍ତୁ। ଏହାପରେ କେଶକୁ ଭଲ କ୍ୱାଲିଟିର ସାମ୍ପୁରେ ଧୋଇ ଦିଅନ୍ତୁ। ଏମିତିରେ ଝିଅମାନେ କେଶର ଠିକ୍ ଯତ୍ନ ନେବା ପାଇଁ ସବୁବେଳେ ଭଲ କ୍ୱାଲିଟିର ହିଁ ସାମ୍ପୁ ବାଛିବା ଦରକାର। ଏଥି ସହିତ ସାମ୍ପୁ କରିବା ପରେ କଣ୍ଡିସନର ମଧ୍ୟ ବ୍ୟବହାର କରିବା ବହୁତ ଜରୁରୀ ହୋଇଥାଏ। ଏହାଦ୍ୱାରା ଆପଣଙ୍କ କେଶ ନା କେବଳ ସୁସ୍ଥ ରହିବ, ବରଂ ଏହା ମୁଲାୟମ ମଧ୍ୟ ନଜର ଆସିବ।
ନରମ ଟାୱେଲ୍ ବ୍ୟବହାର କରନ୍ତୁ: କେଶକୁ ଶୁଖାଇବା ପାଇଁ ଝିଅମାନେ ପ୍ରାୟତଃ ତରତରରେ ଡ୍ରାୟର ବ୍ୟବହାର କରି ଦିଅନ୍ତି। କିନ୍ତୁ ଆପଣଙ୍କୁ ଏଠି ପରାମର୍ଶ ଦେବୁ କି, ସବୁବେଳେ କେଶକୁ ପ୍ରାକୃତିକ ଉପାୟରେ ହିଁ ଶୁଖିବାକୁ ଦିଅନ୍ତୁ। ଏଥିପାଇଁ ଆପଣ ନରମ ଟାୱେଲ୍ ବ୍ୟବହାର କରି ପାରିବେ। ମୋଟା ଏବଂ ହାର୍ଡ ଟାୱେଲ ବ୍ୟବହାର କରିବା ଦ୍ୱାରା କେଶ ଜଲ୍ଦି ଉପୁଡ଼ି ଯାଇପାରେ।
ଦିନଚର୍ଯ୍ୟାକୁ ଭଲ ରଖନ୍ତୁ: ଏହାର ଅର୍ଥ ହେଉଛି, ଆପଣ ଭରପୂର ନିଦ ନିଅନ୍ତୁ। ଶାରୀରିକ କସରତ କରନ୍ତୁ ବା ବ୍ୟାୟାମ କରନ୍ତୁ। ଏଥି ସହିତ ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ। ଏମିତି କରିବା ଦ୍ୱାରା ନା କେବଳ ତ୍ୱଚାରେ ଚମକ ବଜାୟ ରହିଥାଏ, ବରଂ କେଶ ମଧ୍ୟ ବଢ଼ିବା ଆରମ୍ଭ କରିଥାଏ।
ଅନ୍ୟାନ୍ୟ ଟିପ୍ସ
-ଡିହାଇଡ୍ରେସନରୁ ଦୂରେଇ ରୁହନ୍ତୁ।
-ବ୍ୟାୟାମ କରନ୍ତୁ।
-ଜରୁରୀ ଭିଟାମିନ୍ସ ଯେପରି ଭିଟାମିନ ଇ, ଏ, ସି ଆଦିକୁ ଖାଦ୍ୟରେ ସାମିଲ କରନ୍ତୁ।
-ସୂର୍ଯ୍ୟଙ୍କ ହାନିକାରକ କିରଣରୁ କେଶକୁ ରକ୍ଷା କରନ୍ତୁ।
-ରାତିରେ ଶୋଇବା ପୂର୍ବରୁ ନିଜ କେଶକୁ ଜୋରରେ ବାନ୍ଧନ୍ତୁ ନାହିଁ।
-ପତଳା ଦାନ୍ତ ଥିବା ପାନିଆ ବ୍ୟବହାର କରନ୍ତୁ ନାହିଁ।
Powered by Froala Editor