ତୈଳବାହୀ ଜାହାଜରେ ନିଆଁ, ସମୁଦ୍ରରେ ମିଶିଲା ବ୍ୟାରେଲ ବ୍ୟାରେଲ ତେଲ
ଆଫ୍ରିକୀୟ ଦେଶ ନାଇଜେରିଆର ଏକ ଏକ ତୈଳବାହୀ ଜାହାଜରେ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଯୋଗୁଁ ଜାହାଜରୁ ତୈଳ ନିର୍ଗତ ହୋଇ ସମୁଦ୍ରରେ ମିଶିବାରେ ଲାଗିଛି ।
ଜାହାଜର ନାଁ ଟ୍ରିନିଟି ସ୍ପିରିଟ । ଦିନକୁ ୨୨ ହଜାର ବ୍ୟାରେଲ ତୈଳ ବିଷୋଧନ କରିବାର କ୍ଷମତା ଜାହାଜରେ ରହିଛି । ୨ ନିୟୁତ ବ୍ୟାରେଲ ଗଚ୍ଛିତ ରଖିବ । କିନ୍ତୁ ବିସ୍ଫୋରଣ ପରେ ଏକ ବଡ଼ ଧରଣର ପରିବେଶୀୟ ସଂକଟ ସୃଷ୍ଟି ହେବାର ସମ୍ଭାବନା ରହିଛି । ସମୁଦ୍ରର ମାଛ ଓ ଅନ୍ୟ ଜୀବଜନ୍ତୁଙ୍କ ଜୀବନ ଓ ସେମାନଙ୍କ ବାସସ୍ଥାନ ପ୍ରତି ବିପଦ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ବିସ୍ଫୋରଣ ଯୋଗୁଁ ଜାହାଜର କେତେକ କର୍ମଚାରୀ ମୃତାହତ ହୋଇଥିବା ସଂଦେହ କରାଯାଉଛି । ବିସ୍ଫୋରଣ ଦେଖିବାପରେ ସମୁଦ୍ରରେ ଥିବା କେତେକ ଛୋଟ ବୋଟ ତୁରନ୍ତ ଜାହାଜ ନିକଟକୁ ଯାଇଥିଲେ, କିନ୍ତୁ ସେତେବେଳେ ଜାହାଜରେ କୌଣସି ବ୍ୟକ୍ତି ନଥିଲେ ।
ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । କେତେ ପରିମାଣରେ ତେଲ ସମୁଦ୍ରକୁ ଯାଇଛି ତାହାର ମଧ୍ୟ ତଦନ୍ତ ଜାରି ରହିଛି। ତେବେ ଏହାର ତୁଳନା, ହିରୋଶିମା ବିସ୍ଫୋରଣ ସହ କରାଯାଉଛି । ହିରୋଶିମାରେ ପରମାଣୁ ବିସ୍ଫୋରଣ ପରେ ଯେଉଁପରି ପ୍ରଭାବ ପଡିଥିଲା, ଟ୍ରିନିଟି ସ୍ପିରିଟ ବିସ୍ଫୋରଣ ବି ସେଭଳି କିଛି ଭୟଙ୍କର ପ୍ରଭାବ ପକାଇପାରେ।
Powered by Froala Editor