୧୦୪ ଫୁଟ ଉଚ୍ଚରେ ଉଡ଼ିଲା ବିଶାଳ ତ୍ରିରଙ୍ଗା

ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ୧୦୪ ଫୁଟ ଉଚ୍ଚ ଫ୍ଲାଗପୋଲରେ ବିଶାଳ ତ୍ରିରାଙ୍ଗ ଉଡାଇଛନ୍ତି ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ । ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଟ୍ୱିଟ କରି କହିଛନ୍ତି, ଅରୁଣାଚଳର ଜନତାଙ୍କ ପାଇଁ ୧୦୪ ଫୁଟର ଜାତୀୟ ପତାକା ଉତ୍ସର୍ଗ କରି ଗର୍ବିତ। ଏଥିପାଇଁ ତୱାଙ୍ଗ ବିଧାୟକ, ଜିଲ୍ଲା ପ୍ରଶାସନ, ସଶସ୍ତ୍ର ସେନା ବାହିନୀ, ଆଇଟିବିପି, ଭାରତୀୟ ସେନା ଏବଂ ତୱାଙ୍ଗରେ ବିଶାଳ ରାଷ୍ଟ୍ରୀୟ ଧ୍ୱଜା ପ୍ରତିଷ୍ଠା କରିବାରେ ଯୋଗଦାନ କରିଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।
ସୂଚନାଯୋଗ୍ୟ ଯେ, ଲେହର ପେଙ୍ଗୋଙ୍ଗ ହ୍ରଦ ନିକଟ ଲୁକୁଙ୍ଗରେ ଦେଶର ସବୁଠାରୁ ଉଚ୍ଚ ଜାତୀୟ ପତାକା ରହିଛି । ୧୦,୦୦୦ ଫୁଟ ଉପରେ ଏହା ଦ୍ୱିତୀୟ ସବୁଠାରୁ ଉଚ୍ଚ ରାଷ୍ଟ୍ରୀୟ ଧ୍ୱଜ।
Powered by Froala Editor