ଦିଲ୍ଲୀରେ ଖୋଲିବ ସ୍କୁଲ, କଲେଜ
ଦିଲ୍ଲୀରେ କରୋନା ଭାଇରସର ନୂତନ ମାମଲା ହ୍ରାସ ପାଇଲାଣି । ତେଣୁ ସ୍କୁଲ, କଲେଜ ଓ କୋଚିଂ ପ୍ରତିଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ଦିନ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ର ବୈଠକରେ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି । ବିଶେଷଜ୍ଞଙ୍କ ପରାମର୍ଶ ଆଧାରରେ DDMA ଏହି ନିଷ୍ପତ୍ତି ନେଇଛି ।
ଡିଡିଏମଏର ବୈଠକରେ ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଉଠାଇବାକୁ ବି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଦିଲ୍ଲୀରେ ରାତି କର୍ଫ୍ୟୁ ରାତି ୧୧ ଟାରୁ ୫ଟା ପର୍ଯ୍ୟନ୍ତ ରହିବ। ଏହା ପୂର୍ବରୁ ଏଥିସହିତ ଦିଲ୍ଲୀରେ ବିଦ୍ୟାଳୟଗୁଡ଼ିକ ପର୍ଯ୍ୟାୟକ୍ରମେ ଖୋଲାଯିବ। ସର୍ବପ୍ରଥମେ ୯ମରୁ ଦ୍ୱାଦଶ ଶ୍ରେଣୀର ବିଦ୍ୟାଳୟଗୁଡ଼ିକ ଫେବ୍ରୁଆରି ୭ ରୁ ଖୋଲାଯିବ। ଏହାପରେ ଫେବ୍ରୁଆରି ୧୪ ରୁ ନର୍ସରୀ ଠାରୁ ଅଷ୍ଟମ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବ। ଏହା ସତ୍ତ୍ବେ ବି ଅନଲାଇନ୍ କ୍ଲାସ୍ ଜାରି ରହିବ। ଯେଉଁ ଶିକ୍ଷକମାନେ ଟିକା ନେଇ ନାହାନ୍ତି ସେମାନଙ୍କୁ ବିଦ୍ୟାଳୟକୁ ଆସିବାକୁ ଅନୁମତି ନାହିଁ।
ଅଫିସରେ କର୍ମଚାରୀଙ୍କ ଶତପ୍ରତିଶତ ଉପସ୍ଥାନ ହେବ । ଯଦି କାରରେ କେହି ଏକୁଟିଆ ଥାଆନ୍ତି, ତେବେ ତାଙ୍କୁ ମାସ୍କରୁ ମୁକ୍ତ କରାଯିବ । ପ୍ରତିବନ୍ଧକ ସହିତ ଜିମ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି ।
Powered by Froala Editor