ଆଜି ଦେଶରେ ୧ଲକ୍ଷ ୪୯ହଜାର ୩୯୪ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହେଉଛି । ଗତ ୨୪ଘଣ୍ଟାରେ ଦେଶରେ ୧ଲକ୍ଷ ୪୯ହଜାର ୩୯୪ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୋଟି ପାର୍ କରିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୋଟି ୧୯ଲକ୍ଷ ୫୨ହଜାର ୭୧୨କୁ ବୃଦ୍ଧି ପାଇଛି । ଦେଶରେ ଦୈନିକ ପଜିଟିଭ୍ ହାର ୯.୨୭ ପ୍ରତିଶତ ରହିଛି ।
ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୧୪ଲକ୍ଷ ଉପରେ ରହିଛି । ଦେଶରେ ସକ୍ରିୟ ମାମଲା ରହିଛି ୧୪ଲକ୍ଷ ୩୫ହଜାର ୫୬୯ ରହିଛି । ଏବେ ସୁଦ୍ଧା ମୋଟ ୪୦୦୧୭୭୦୮୮ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତିି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଦେଶରେ ଟିକାକରଣ ପ୍ରକ୍ରିୟା ମଧ୍ୟ ଦ୍ରୁତ ବେଗରେ ଚାଲିଛି ।
Powered by Froala Editor