ତୀବ୍ର ହେଉଛି ଋଷ-ୟୁକ୍ରେନ ବିବାଦ, ପୂର୍ବ ୟୁରୋପକୁ ୩ହଜାର ସୈନ୍ୟ ପଠାଇବ ଆମେରିକା
ୱାଶିଂଟନ: ଋଷିଆ ସହିତ ୟୁକ୍ରେନ ସୀମାରେ ଯୁଦ୍ଧ ତିକ୍ତତା ବଢିବାରେ ଲାଗିଛି । ପୁଣି ଥରେ ବିଦେଶ ମାଟିରେ ଆମେରିକା ସୈନିକ ଉପସ୍ଥିତି ବୃଦ୍ଧି ପାଇବାକୁ ଯାଉଛି। କିଛି ମାସ ପୂର୍ବ ଲଜ୍ଜାଜନକ ଭାବେ ଆଫଗାନିସ୍ତାନରୁ ନିଜର ସମସ୍ତ ସୈନ୍ୟ ପ୍ରତ୍ୟାହାର କରି ଅପବାଦ ମୁଣ୍ଡାଇଥିବା ଆମେରିକା ପୁଣି ଥରେ ପୂର୍ବ ୟୁରୋପରେ ସୈନ୍ୟ ସଂଖ୍ୟା ବୃଦ୍ଧି କରିବାକୁ ଯାଉଛି ।
ଗତକାଲି ରାଷ୍ଟ୍ରପତି ଜୋ ବାଇଡେନ୍ ୟୁରୋପକୁ ୩୦୦୦ ଅତିରିକ୍ତ ସୈନ୍ୟ ପଠାଇବାକୁ ଘୋଷଣା କରିଛନ୍ତି । ରାଷ୍ଟ୍ରପତିଙ୍କ ଅନୁମୋଦନ ଦେବା ପରେ ପେଂଟାଗନ ପୂର୍ବ ୟୁରୋପକୁ ୩ହଜାର ସୈନ୍ୟ ପଠାଇବାକୁ ପ୍ରସ୍ତୁତି ଆରମ୍ଭ କରିଛି ।
ୟୁକ୍ରେନ ସୀମାବର୍ତ୍ତୀ ପୋଲାଣ୍ଡକୁ ପ୍ରାୟ ୧୭୦୦ ଆକେରିକୀୟ ସୈନ୍ୟ ପଠାଯିବ । ଆମେରିକା ଜର୍ମାନୀକୁ ୩୦୦ ସୈନିକ ଏବଂ ରୋମାନିଆକୁ ୧୦୦୦ ସୈନିକ ପଠାଇବ ।
ୟୁକ୍ରେନ ଦଖଲ କରିବାକୁ ଋଷ ଚଳାଇଥିବା ଯୋଜନାକୁ ପଣ୍ଡ କରିବାକୁ ଆମେରିକା ଏହି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି । ୟୁକ୍ରେନ ସୀମାରେ ଋଷ ୧ଲକ୍ଷ ସେନ୍ୟ ମୁତୟନ କରିଛି । ଏବଂ ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା କୁହାଯାଉଛି । ଋଷର ମୁକାବିଲା ପାଇଁ ପୋଲାଣ୍ଡ, ଜର୍ମାନୀ ଓ ରୋମାନିଆରେ ଆମେରିକା ସୈନ୍ୟ ମୁତୟନ କରିବାକୁ ପେଂଟାଗନ କହିଛି ।
Powered by Froala Editor