ଗାଁ ଲୋକଙ୍କ ଚେତାବନୀ : ‘ମୁଣ୍ଡ କଟିବ ପଛେ ଗଛ କାଟିବାକୁ ଦେବୁନି’
ଗଛ କାଟିବାକୁ ଦେବୁନି । ପରିବେଶ ବଞ୍ଚାଇବାକୁ ଯାହା ଦରକାର ଚେଷ୍ଟା କରିବୁ । ମୁଣ୍ଡ କଟିଗଲେ ବି ଗଛ ଦେବୁନି । ଏଭଳି ଚେତାବନୀ ଦେଇଛନ୍ତି ଝାଡଖଣ୍ଡର ଟାଣ୍ଡାଗକେଲ ଗାଁର ଲୋକମାନେ ।
ସୂଚନାନୁସାରେ, ଝାଡଖଣ୍ଡର ଟାଣ୍ଡାଗକେଲ ଗ୍ରାମରେ ଥିବା ୬ଟି ବିଶାଳ ଆମ୍ବ ଗଛକୁ ପ୍ରଶାସନ କାଟି ଦେଇଥିଲା । ଏହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ଆଉ କିଛି ଗଛ କାଟିବାକୁ ସରକାରୀ ବାବୁ ଆସିଥିଲେ । ଏହାକୁ ନେଇ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇଛନ୍ତି । ପୂର୍ବରୁ ବି ସେମାନେ ଗଛ ନକାଟିବାକୁ ପ୍ରଶାସନକୁ ଚେତାବନୀ ଦେଇଥିଲେ । କିନ୍ତୁ ପ୍ରଶାସନ ନମାନି ଗଛ କାଟି ପକାଇଥିଲା । ଫଳରେ ଶହଶହ ଗ୍ରାମବାସୀ ହାତରେ ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରିଛନ୍ତି । ଏଥିରେ ମହିଳାମାନେ ବି ବିପୁଳ ସଂଖ୍ୟାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ବାଧ୍ୟ ହୋଇ ସରକାରୀ ବାବୁ ମାନେ ଫେରିଯାଇଛନ୍ତି । ଗଛ କଟା ବନ୍ଦ ରହିଛି ।
Powered by Froala Editor