ଆଜି ଦେଶରେ ୧ଲକ୍ଷ ୭୨ହଜାର ୪୩୩ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ ଦିନେ କମିଲେ ଦିନେ ବଢୁଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ଦେଶରେ ୧ଲକ୍ଷ ୭୨ହଜାର ୪୩୩ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୋଟି ପାର୍ କରିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୋଟି ୧୮ଲକ୍ଷ ୩ହଜାର ୩୧୮କୁ ବୃଦ୍ଧି ପାଇଛି । ଦେଶରେ ଦୈନିକ ପଜିଟିଭ୍ ହାର ୧୦.୯୯ ପ୍ରତିଶତ ରହିଛି ।
ଗତ ୨୪ଘଣ୍ଟାରେ ଦେଶର ୭ଟି ରାଜ୍ୟ ମଧ୍ୟରେ କେରଳରୁ ସର୍ବାଧିକ ୫୨ହଜାର ୧୯୯ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେହିପରି କର୍ଣ୍ଣାଟକରେ ୨୦ହଜାର ୫୦୫, ମହାରରାଷ୍ଟ୍ରରେ ୧୮ହଜାର ୬୭, ତାମିଲନାଡୁରେ ୧୪ହଜାର ୧୩ଜଣ, ଗୁଜୁରାଟରେ ୮ହଜାର ୯୩୪, ରାଜସ୍ଥାନରେ ୮ହଜାର ୪୨୮ ଏବଂ ଆନ୍ଧ୍ରପ୍ରଦେଶରେ ୫ହଜାର ୯୮୩ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୧୫ଲକ୍ଷ ଉପରେ ରହିଛି । ଦେଶରେ ସକ୍ରିୟ ମାମଲା ରହିଛି ୧୫ଲକ୍ଷ ୩୩ହଜାର ୯୨୧ ରହିଛି । ଗତ ୨୪ଘଣ୍ଟାରେ ୨ଲକ୍ଷ ୫୯ହଜାର ୧୦୭ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ମୋଟ ୩କୋଟି ୯୭ଲକ୍ଷ ୭୦ହଜାର ୪୧୪ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତିି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଦେଶରେ ଟିକାକରଣ ପ୍ରକ୍ରିୟା ମଧ୍ୟ ଦ୍ରୁତ ବେଗରେ ଚାଲିଛି । ଦେଶରେ ୧୬୭କୋଟି ୯୦ଲକ୍ଷରୁ ଅଧିକ ଜଣଙ୍କୁ ଟିକାଦାନ କରାଯାଇଛି ।
Powered by Froala Editor