କଞ୍ଚାମାଲର ଅଭାବ : ପାକିସ୍ତାନରେ ମିଳୁନି ପାରାସିଟାମଲ ମେଡିସିନ
ପାକିସ୍ତାନ ଖବର କାଗଜ Dawn ରିପୋର୍ଟ ମୁତାବକ ପାକିସ୍ତାନର ଅନେକ ଫାର୍ମାସିରେ ପାରାସିଟାମଲ୍ ଟାବଲେଟ୍ ମିଳୁନି । ଦେଶର ଅଧିକାଂଶ ସହରରେ ପାରାସିଟାମଲ୍ ଉପଲବ୍ଧ ନାହିଁ। ଆଉ ଯେଉଁଠି ଅଛି, ସେଠାରେ ଏହାର କଳାବଜାରୀ ଚାଲିଛି।
ଡ୍ରଗ୍ ରେଗୁଲେଟୋରୀ ଅଥରିଟି ଅଫ୍ ପାକିସ୍ତାନ (DRAP)ର ଜଣେ ଅଧିକାରୀ କହିଛନ୍ତି, ଗୋଟିଏ ପଟେ କରୋନା ସଂକ୍ରମଣ ବ୍ୟାପିଛି । ଅନ୍ୟ ପଟେ ଡେଙ୍ଗୁ ରୋଗ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ଘଟିଛି । ଏହାରି ଭିତରେ ପାରାସିଟାମଲ ମେଡିସିନ୍ ସରିଯିବାକୁ ନେଇ ହାହାକାର ପରିସ୍ଥିତି ଦେଖାଦେଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।
ମଙ୍ଗଳବାର ଦିନ ଡ୍ରାପ ପାରାସିଟାମଲ ଉତ୍ପାଦନ କରିବାରେ ବିଫଳ ହୋଇଥିବା ୧୫ ଲାଇସେନ୍ସ ପ୍ରାପ୍ତ ଫାର୍ମାସିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ପାକିସ୍ତାନ ମେଡିକାଲ ଏକ୍ସପର୍ଟସ୍ଙ୍କ କହିବା ମୁତାବକ, ଔଷଧ ତିଆରି କରୁଥିବା କମ୍ପାନୀ ପାଖରେ କଞ୍ଚା ମାଲର ଅଭାବ ରହିଛି, ଏହି କାରଣ ଯୋଗୁଁ ଔଷଧ ତିଆରି କରିବାରେ ଅସମର୍ଥ ପ୍ରମାଣିତ ହେଉଛନ୍ତି।
ସୂଚନା ଥାଉକି, ବର୍ତ୍ତମାନେ ପାକିସ୍ତାନରେ କୋଭିଡ -19 ପଞ୍ଚମ ଲହରର ଚାଲିଛି । ସାରା ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୦୦,୦୦୦ ଅତିକ୍ରମ କରିଛି । ପାକିସ୍ତାନର ଜାତୀୟ ପଜିଟିଭିଟି ରେଟ୍ ୯.୬୫ ପ୍ରତିଶତ ରହିଛି । ଏଭଳି ସ୍ଥିତିରେ ପାରାସିଟାମଲ ମେଡିସିନର ଅଭାବ ଚିନ୍ତା ବଢାଇ ଦେଇଛି ।
Powered by Froala Editor