ବ୍ୟାଟେରୀ ସ୍ୱାପିଂ ପଲିସି ଘୋଷଣା
ନୂଆଦିଲ୍ଲୀ: ଆଜି କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ଅବସରରେ ସେ ବ୍ୟାଟେରୀ ସ୍ୱାପିଂ ପଲିସି ସମ୍ପର୍କରେ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ମିନିମମ ଗଭର୍ଣ୍ଣମେଣ୍ଟ ମ୍ୟାକ୍ସିମମ ଗଭର୍ଣ୍ଣାନ୍ସ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ପୁରୁଣାକାଳିଆ ୧୪୦୦ ଆଇନକୁ ଉଚ୍ଛେଦ କରାଯାଇଛି । ଇ-ଭେଇକିଲ ପ୍ରୋତ୍ସହାନ ପାଇଁ ବ୍ୟାଟେରୀ ସ୍ୱାପିଂ ପଲିସି ଆସିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ।
ଏହାଛଡ଼ା ସେ ଆଉ କ’ଣ କହିଛନ୍ତି ଆସନ୍ତୁ ଜାଣିବା:
-ଅଙ୍ଗନବାଡ଼ିକୁ ଅଧିକ ସୁଦୃଢ କରାଯିବ, ହେବ ସକ୍ଷମ-ଅଙ୍ଗନବାଡ଼ି
- ଏହି ଯୋଜନାରେ ଦେଶରେ ୨ ଲକ୍ଷ ଅଙ୍ଗନବାଡ଼ିକୁ ଅପଗ୍ରେଡ କରାଯିବ
- ୨୦୨୨-୨୩ରେ ୩ କୋଟି ୨୮ ଲକ୍ଷ ଘରକୁ ପାନୀୟ ଜଳ ଯୋଗାଣ ହେବ
--୮୦ ଲକ୍ଷ ପିଏମ ଆବାସ ପାଇଁ ୪୮ ହଜାର କୋଟି ବ୍ୟୟବରାଦ
-ନର୍ଥଇଷ୍ଟ ପାଇଁ ନୂଆ ଯୋଜନା ପିଏମ ଡେଭଲପମେଣ୍ଟ ସ୍କିମ ଆରମ୍ଭ ହେବ
- ୧୧୨ ଅକାଂକ୍ଷୀ ଜିଲ୍ଲା ଲକ୍ଷ୍ୟରେ ୯୫ ପ୍ରତିଶତ ସଫଳ ହୋଇଛନ୍ତି
-କିଛି ଆକାଂକ୍ଷୀ ଜିଲ୍ଲା ଅନ୍ୟ ବିକଶିତ ଜିଲ୍ଲାକୁ ବି ପଛରେ ପକାଇ ଦେଇଛନ୍ତି
- ତେବେ କିଛି ଜିଲ୍ଲାର କିଛି ବ୍ଲକ ଏବେ ବି ପଛୁଆ ରହିଛନ୍ତି, ସେହି ପଛୁଆ ବ୍ଲକର ବିକାଶ ପାଇଁ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯିବ
-ସ୍କୁଲ ପିଲାଙ୍କ ପାଇଁ ପିଏମ-ଇ-ବିଦ୍ୟା କାର୍ଯ୍ୟକ୍ରମ ଆରମ୍ଭ ହେବ
-ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢା ଟିଭି ଜରିଆରେ ହେବ
- ଆଞ୍ଚଳିକ ଭାଷାରେ ପିଲାଙ୍କ ପାଠପଢା ପାଇଁ ୨୦୦ ଚ୍ୟାନେଲ ହେବ
- ନେସନାଲ ଟେଲି ମେଣ୍ଟାଲ ହେଲଥ କାର୍ଯ୍ୟକ୍ରମ ଆରମ୍ଭ କରାଯିବ
-ନିମହାନ୍ସ ସହାୟତାରେ ଟେଲି ମେଣ୍ଟାଲ ହେଲଥ ଆରମ୍ଭ କରାଯିବ
-ଚାଷୀଙ୍କୁ ଉପôାଦ ଖାଦ୍ୟ ପାଇଁ ୨.୩୭ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯିବ
- ଫସଲ ନିରୀକ୍ଷଣ, ରୋଗପୋକ ନିୟନ୍ତ୍ରଣ ପାଇଁ ଡ୍ରୋନ ଉପଯୋଗ ହେବ
-ସମସ୍ତ ଗମନାଗମନ ବ୍ୟବସ୍ଥା ପାଇଁ ‘ପିଏମ ଗତିଶକ୍ତି’ ଆରମ୍ଭ ହେଉଛି
-ରେଳ, ରୋଡ, ଏୟାରୱେଜ ଓ ୱାଟରୱେଜ ପାଇଁ ପିଏମ ଗତିଶକ୍ତି’
-ଲୋକଙ୍କୁ ନିର୍ବିଘ୍ନ ଯାତାୟାତ ପାଇଁ ସରକାର ପ୍ରାଧାନ୍ୟ ଦେଉଛନ୍ତି
-୪୦୦ ନୂଆ ବନେ୍ଦଭାରତ ଏକ୍ସପ୍ରେସ ଟ୍ରେନ ୩ ବର୍ଷରେ କାର୍ଯ୍ୟକ୍ଷମ ହେବ
- ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୨ ପ୍ରତିଶତ ରହିଛି
- ୨୦୧୪ରୁ ଆମ ସରକାର ଲୋକଙ୍କ ସଶକ୍ତୀକରଣକୁ ପ୍ରାଧାନ୍ୟ ଦେଇଛି
- ଡିବିଟି ଜରିଆରେ ଲୋକଙ୍କ ଆକାଉଣ୍ଟକୁ ସିଧା ଟଙ୍କା ପହଞ୍ଚାଯାଉଛି
-ସ୍ୱାସ୍ଥ୍ୟ, ଭିତ୍ତିଭୂମି, ତ୍ୱରିତ ଟିକାକରଣକୁ ସରକାର ଗୁରୁତ୍ୱ ଦେଉଛନ୍ତି
- ଆତ୍ମନିର୍ଭର ଭାରତ ଜରିଆରେ ୬୦ ଲକ୍ଷ ନିଯୁକ୍ତି ସୃଷ୍ଟି କରାଯାଉଛି
- ନୀଳାଚଳ ଇସ୍ପାତ ନିଗମ ଲି. ନିବିବେଶ ଚୂଡ଼ାନ୍ତ କରାଯାଉଛି
-ସମାଜର ସବୁ ବର୍ଗର ଲୋକଙ୍କ ଉନ୍ନତି ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି
Powered by Froala Editor