ପ୍ରଚାର କଟକଣା କୋହଳ : ୧୦୦୦ ଲୋକଙ୍କୁ ନେଇ ହୋଇପାରିବ ସମାବେଶ
ନିର୍ବାଚନ କମିଶନ ପ୍ରଚାର ସମ୍ପର୍କିତ କରୋନା କଟକଣା ଅବଧିକୁ ବଢ଼ାଇଛନ୍ତି । ପଦଯାତ୍ରା, ରୋଡ ସୋ’ ନେଇ ଜାରି କଟକଣାକୁ ଫେବ୍ରୁଆରୀ ୧୧କୁ ବୃଦ୍ଧି କରାଯାଇଛି । ତେବେ ଇନଡୋର ପବ୍ଲିକ ମିଟିଂ, ଘର ଘର ପ୍ରଚାର ନେଇ ନିୟମ କୋହଳ କରିଛନ୍ତି କମିଶନ। ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ, ଘରେ ଘରେ ବୁଲି କ୍ୟାମ୍ପେନିଂ ପାଇଁ ୨୦ ଜଣଙ୍କୁ ଅନୁମତି ଦିଆଯାଇଛି। ସୁରକ୍ଷାକର୍ମୀ ମଧ୍ୟ ଡୋର ଟୁ ଡୋର କ୍ୟାମ୍ପେନ୍ରେ ସାମିଲ ହୋଇପାରିବେ । ପୂର୍ବରୁ ଏହି ସଂଖ୍ୟା ୧୦ ଜଣରେ ସୀମିତ ଥିଲା।
ସର୍ବାଧିକ ୧୦୦୦ ଲୋକଙ୍କୁ ନେଇ ଖୋଲା ସ୍ଥାନରେ ଜନ ସମାବେଶ କରିପାରିବେ ରାଜନୈତିକ ଦଳ । ଏଥିସହିତ ଇନଡୋର ପବ୍ଲିକ ମିଟିଂରେ ସର୍ବାଧିକ ୫ଶହ ଲୋକ ଯୋଗଦେଇପାରିବ । ପୂର୍ବରୁ ଏହା ୩୦୦ ଲୋକ କିମ୍ବା ହଲର ୫୦ ପ୍ରତିଶତ କ୍ଷମତାରେ ସୀମିତ ଥିଲା।
ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ୫ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ।
Powered by Froala Editor