ରାତି ପାହିଲେ ବଜେଟ, ଉପସ୍ଥାପିତ ହେବ କେନ୍ଦ୍ରୀୟ ବଜେଟ
ନୂଆଦିଲ୍ଲୀ: ରାତି ପାହିଲେ ଅର୍ଥାତ ଆସନ୍ତା ଫେବ୍ରୁଆରୀ ୧ ତାରିଖରେ ୨୦୨୨-୨୩ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ ହେବ । ଏହା ପୂର୍ବରୁ ସଂସଦରେ ଆଜି ଆର୍ଥିକ ସର୍ଭେ ୨୦୨୧-୨୨ ପାଇଁ ଆର୍ଥିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହେବ । ସଂସଦର ଉଭୟ ଗୃହରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୧-୨୨ ଆର୍ଥିକ ସମୀକ୍ଷା ଲୋକସଭାରେ ଉପସ୍ଥାପନ କରିବେ ।
ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପରେ ଅର୍ଥାତ ଆସନ୍ତାକାଲି ଫେବ୍ରୁଆରୀ ୧ତାରିଖରେ ୨୦୨୨-୨୩ ପାଇଁ ବଜେଟ୍ ଉପସ୍ଥାପନା କରାଯିବ । ବଜେଟ ଉପସ୍ଥାପନା ପରେ ବୁଧବାରଠାରୁ ଚାଲିବ ଗୃହକାର୍ୟ୍ୟ । ଏହି ଅଧିବେଶନ ବେଶ ସରଗରମ ହୋଇପାରେ । କାରଣ ଭାରତର ରାଜନୀତିକୁ ପୁଣି ଫେରିଛି ପେଗାସସ୍ ପ୍ରସଙ୍ଗ । ବିରୋଧୀ ପେଗାସସକୁ ପ୍ରସଙ୍ଗକରି ସରକାରଙ୍କୁ ଘେରିବେ । ଖାଲି ପେଗାସସ ପ୍ରସଙ୍ଗ ନୁହେଁ ମହଙ୍ଗା ମାଡ଼, ବେରୋଜଗାର, କରୋନା ପ୍ରଭାବିତ ପରିବାରଙ୍କୁ ସହାୟତା ଓ ଚୀନର ଅନୁପ୍ରବେଶ ନେଇ ବିରୋଧୀ ସରକାରଙ୍କୁ ଗୃହରେ ଘେରିପାରନ୍ତି ।
ସୂଚନାଯୋଗ୍ୟ, ଅର୍ଥବ୍ୟବସ୍ଥାର ସ୍ଥିତି ସଂପର୍କରେ ଓ ନୀତିଗତ କେନ୍ଦ୍ରୀୟ ବଜେଟ ପୂର୍ବରୁ ସାଂସଦରେ ଆର୍ଥିକ ସମୀକ୍ଷା ଉପସ୍ଥାପନ କରାଯାଇଥାଏ । ଅତି ସହଜରେ ଜାଣିବା ଯଦି ଆର୍ଥିକ ସର୍ଭେ ଦେଶର ଅର୍ଥବ୍ୟବସ୍ଥା ଉପରେ ପର୍ୟ୍ୟବେସିତ । ସରକାର ଏହାକୁ କାଗଜପତ୍ର ଜାରିଆରେ ଦେଶର ଅର୍ଥିକ ସ୍ଥିତି କିପରି ରହିଛି, ସରକାରଙ୍କ ଯୋଜନା କେତେ ଦ୍ରୁତଗତିରେ ଆଗକୁ ବଢ଼ିଛି, ପୂରା ଆର୍ଥିକ ବର୍ଷରେ ବିକାଶର ଦର କ’ଣ ରହିଲା, କେଉଁ କ୍ଷେତ୍ରରେ କେତେ ଖର୍ଚ୍ଚ ହେଲା, ଯୋଜାନକୁ କିଭଳି ପ୍ରଭାବଶାଳୀ କରା ଯାଇଥିଲା, ଏବସବୁ ବିବରଣୀ ପ୍ରଦାନ କରିଥାନ୍ତି । ଏଥିରେ ସରକାରଙ୍କ ନୀତି ସଂପର୍କିତ ସୂଚନା ମିଳିଥାଏ । ବଜେଟ ପୂର୍ବ ଆର୍ଥିକ ସମୀକ୍ଷାରେ ଯେଉଁ ଜିନିଷ ପ୍ରତି ଚର୍ଚ୍ଚା ହୋଇଥାଏ, ଏଥିରୁ ଆଗାମୀ ବର୍ଷର ଜିଡିପି ଉପରେ ଅନୁମାନ କରିବା ଅନ୍ୟତମ ପ୍ରସଙ୍ଗ ।
Powered by Froala Editor