ମାଲକାନଗିରିରେ କୁମ୍ବିଂ ବେଳେ ୭ ଲ୍ୟାଣ୍ଡମାଇନ ଉଦ୍ଧାର
କିଛି ଦିନ ପୂର୍ବରୁ ଭାରତର ବିଭିନ୍ନ ସ୍ଥାନରେ ଆତଙ୍କୀଙ୍କ ଗତିବିଧି ଯାଞ୍ଚ କରାଯାଉଛି । କିଛି କିଛି ସ୍ଥାନରୁ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା । ତେବେ ଗଣତନ୍ତ୍ର ଦିବସ ପୂର୍ବରୁ ଓଡ଼ିଶା ମାଲକାନଗିରି ଜିଲ୍ଲାରୁ ମଧ୍ୟ ଲ୍ୟାଣ୍ଡମାଇନ ଜବତ କରାଯାଇଛି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳର ସଦାରାମ, ସନ୍ୟାସୀଗୁଡା ଓ ତୋଟାଗୁଡା ଗାଁ ନିକଟସ୍ଥ ପାହାଡର ଉପରେ ବିଏସଏଫ ଓ ଏସଓଜି ବାହିନୀ ମିଳିତ ଭାବେ କୁମ୍ବିଂ ଅପରେସନରେ ଯାଇଥିବା ବେଳେ ନକ୍ସଲ ପନ୍ଥିଙ୍କ ଏକ ଡମ୍ପ ଠାବ କରିଛନ୍ତି ।
ଲ୍ୟାଣ୍ଡମାଇନ ଡିଟେକ୍ଟର ଦ୍ଵାରା ଯାଞ୍ଚ କରିବା ପରେ ସେଠାରେ ଲ୍ୟାଣ୍ଡମାଇନ ଲାଗିଥିବା ଜାଣିବାକୁ ପାଇଥିଲେ । ଏହା ପରେ ଗୋଟିଏ ଗୋଟିଏ କରି ସାତଟି ଲ୍ୟାଣ୍ଡମାଇନ ଉଦ୍ଧାର କରିବା ସହ ଏହାକୁ ଡିଫିଉଜ ମଧ୍ୟ କରିଥିଲେ ବିଏସଏଫ ବାହିନୀ । ଲ୍ୟାଣ୍ଡମାଇନ ଜବତ ପରେ ଯବାନମାନେ କୁମ୍ବିଂ ଅପରେସନ ଜୋରଦାର କରିଛନ୍ତି ।
Powered by Froala Editor