ପ୍ରସ୍ତୁତ କରନ୍ତୁ ମିକ୍ସ ଆଚାର

ଆବଶ୍ୟକ ସାମଗ୍ରୀ: ଅଧା କିଲୋ ଫୁଲ କୋବି (ଛୋଟ କଟା ହୋଇଥିବା)
ଅଧା କିଲୋ ଗାଜର (ଲମ୍ବା ଆକାରରେ କଟା ହୋଇଥିବ)
ଅଧା କିଲୋ ମୂଳା (ଲମ୍ବା ଆକାରରେ କଟା ହୋଇଥିବା)
ଅଧା କପ୍ ସୋରିଷ ତେଲ
ଚିମୁଟାଏ ହେଙ୍ଗୁ
ଦୁଇ ବଡ ଚାମଚ ସୋରିଷ (ପେଶା ହୋଇଥିବା)
ଲୁଣ ସ୍ୱାଦାନୁସାରେ
ଅଧା ଛୋଟ ଚାମଚ ଲାଲ ଲଙ୍କା ପାଉଡର
ଏକ ଛୋଟ ଚାମଚ ହଳଦୀ ପାଉଡର
ତିନି ଛୋଟ ଚାମଚ ଲେମ୍ବୁ ରସ
ଦୁଇ କପ୍ ପାଣି
ପ୍ରସ୍ତୁତି ପ୍ରଣାଳୀ
ଏକ ପାତ୍ର ନିଅନ୍ତୁ ସେଥିରେ ପାଣି ଏବଂ ଏକ ଚାମଚ ଲୁଣ ପକାଇ ଗରମ ହେବା ପାଇଁ ରଖିଦିଅନ୍ତୁ।
ଯେତେବେଳେ ଏହା ଫୁଟି ଆସିବ ସେତେବେଳେ ଏଥିରେ କଟା ପରିବା ପକାଇ ଦିଅନ୍ତୁ ଏବଂ ୪-୫ ମିନିଟ ଫୁଟାନ୍ତୁ।
ନିର୍ଦ୍ଧିଷ୍ଟ ସମୟ ପରେ ଆଞ୍ଚ ବନ୍ଦ କରିଦିଅନ୍ତୁ ଏବଂ ୧୦ ମିନିଟ ପର୍ଯ୍ୟନ୍ତ ଘୋଡାଇ ରଖିଦିଅନ୍ତୁ।
ଏହାପରେ ଛଣା ସାହାଯ୍ୟରେ ପରିବାକୁ ଛାଣି ଦିଅନ୍ତୁ ଏବଂ ପାତ୍ରକୁ ବାହାର କରିଦିଅନ୍ତୁ।
ସାରା ଦିନ ଖରାରେ ସୁଖାଇବା ପରେ ଆଞ୍ଚରେ କଡା ବସାଇ ତେଲ ଗରମ କରନ୍ତୁ। ଯେତେବେଳେ ତେଲ ଗରମ ହୋଇଯିବ ସେତେବେଳେ ଆଞ୍ଚ ବନ୍ଦ କରିଦିଅନ୍ତୁ।
ଯେତେବେଳେ ତେଲ ହାଲକା ଥଣ୍ଡା ହୋଇଯିବ ସେଥିରେ ଲୁଣ, ସୋରିଷ, ହେଙ୍ଗୁ, ଲାଲ ଲଙ୍କା ପାଉଡର ଏବଂ ସିଝା ପରିବାକୁ ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ।
ଏହପରେ ଏଥିରେ ଲେମ୍ବୁ ରସ ପକାଇ ପୁଣି ଥରେ ମିଶାଇ ଦିଅନ୍ତୁ।
ଏହାପରେ ଏହି ଆଚାରକୁ କାଚ ଜାରରେ ରଖି ୨ ରୁ ୩ ଦିନ ଖରାରେ ରଖିଦିଅନ୍ତୁ।
ମନେ ରଖନ୍ତୁ ଏହାକୁ ଖରାରେ ସୁଖାଇବା ସମୟରେ ଚାମଚରେ ଏହାକୁ ଉପର ତଳ କରିଦିଅନ୍ତୁ।
ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ମିକ୍ସ ଆଚାର। ଏହାକୁ ରୁଟି, ଡାଲି ଏବଂ ଭାତ ସହିତ ଖାଇପାରିବେ।
Powered by Froala Editor