ଆଜି ଦେଶରେ ୨ଲକ୍ଷ ୮୨ହଜାର ୯୭୦ କରୋନା ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଉପରମୁହାଁ କରୋନା ଗ୍ରାଫ । ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ଦେଶରେ ୨ଲକ୍ଷ ୮୨ହଜାର ୯୭୦ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଦୈନିକ ସଂକ୍ରମଣ ୪୪ହଜାର ୮୮୯କମ୍ ରହିଛି । ସଂକ୍ରମଣ ଆରମ୍ଭରୁ ୩କୋଟି ୭୯ଲକ୍ଷ ୧ହଜାର ୨୪୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭ୍ ହାର ୧୫.୧୩ପ୍ରତିଶତକୁ ବୃଦ୍ଧି ପାଇଛି । ସାପ୍ତାହିକ ପଜିଟିଭ୍ ହାର ୧୪.୪୧ପ୍ରତିଶତ ରହିଛି ।
ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୧୮ଲକ୍ଷ ପାର୍ କରିଛି । ଦେଶରେ ସକ୍ରିୟ ମାମଲା ରହିଛି ୧୮ଲକ୍ଷ ୩୧ହଜାରରେ ପହଞ୍ଚିଛି । ଓ ଆଜି ଦେଶରେ କରୋନାରୁ ସୁସ୍ଥ ହୋଇଛନ୍ତି୧ଲକ୍ଷ ୮୮ହଜାର ୧୫୭ । ଏବେ ସୁଦ୍ଧା ମୋଟ ୩କୋଟି ୫୫ଲକ୍ଷ ୮୩ହଜାର ୩୯ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତିି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୪.୨୭ ପ୍ରତିଶତରେ ପହଞ୍ଚିଛି । ଏହା ସହିତ ଟିକାକରଣ ପ୍ରକ୍ରିୟା ମଧ୍ୟ ଦ୍ରୁତ ବେଗରେ ଚାଲିଛି । ଦେଶରେ ୧୫୮କୋଟି ୯୦ଲକ୍ଷରୁ ଅଧିକ ଜଣଙ୍କୁ ଟିକାଦାନ କରାଯାଇଛି ।
Powered by Froala Editor