ହୋଟେଲ୍ରୁ ମଗାଇଥିଲେ ତରକାରୀ, ବାହାରିଲା ମଲା ଝିଟିପିଟି, ଜାଣନ୍ତୁ କେଉଁଠି...
ନୂଆଦିଲ୍ଲୀ: ଆପଣ ଅନ୍ଲାଇନ୍ରେ ହୋଟେଲ୍ରୁ କିଛି ଖାଦ୍ୟ ମଗାଉଛନ୍ତି କି? ତେବେ ଏଥିପ୍ରତି ସାବଧାନ ହୋଇଯାଆନ୍ତୁ । ଖାଦ୍ୟ ପ୍ୟାକେଟ୍ ଖୋଲିବା ପରେ ଏହାକୁ ଭଲ ଭାବେ ପରଖନ୍ତୁ । ଏହାପରେ ଖାଆନ୍ତୁ । ନଚେତ୍ କେତେବେଳେ ବି ଆପଣ ବିପଦରେ ପଡ଼ି ପାରନ୍ତି । ନିକଟରେ ଏଭଳି ଘଟଣା ଘଟିଛି । ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଗ୍ରେଟ୍ର ନୋଏଡାରେ ରହୁନ୍ତି କୌସ୍ତୁଭ କୁମାର ସିହ୍ନା । ସେ ଅନ୍ଲାଇନ୍ରେ ନୋଏଡାର ଗ୍ରେନୋ ୱେଷ୍ଟରେ ଥିବା ଏକ ପଞ୍ଜାବୀ ରେସ୍ତୋରାଁରୁ ତରକାରୀ ମଗାଇ ଥିଲେ । ଖାଦ୍ୟ ସଠିକ୍ ସମୟରେ ପହଞ୍ଚି ଥିଲା । ହେଲେ ପ୍ୟାକେଟ୍ ଖୋଲିବା ବେଳକୁ ଯାହା ଦେଖିଲେ ତାହା ତାଙ୍କୁ ତାଜୁବ୍ କରିଦେଲା । ଖାଦ୍ୟ ପ୍ୟାକେଟ୍ ଖୋଲିବା ବେଳେ ତରକାରୀରୁ ଏକ ମଲା ଝିଟିପିଟି ବାହାରି ଥିଲା । ଯାହାକୁ ସେ ଭିଡିଓ କରି ସୋସିଆଲ୍ ମିଡିଆରେ ଛାଡ଼ିଛନ୍ତି । ଏବେ ଏହା ଭାଇରାଲ୍ ହେଉଛି । ସେପଟେ କୌସ୍ତୁଭ ଅନ୍ଲାଇନ୍ରେ ହୋଟେଲ୍ ମାଲିକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି ।
Powered by Froala Editor