ହଟହଟା ହେଲେ କଟକୀ ମହିଳା ଜାଣନ୍ତୁ କାରଣ
କଟକ ତୁଳସୀପୁର ଅଞ୍ଚଳରୁ ଶୁଆ ନିଖୋଜ ହେବା ଏବଂ ଶୁଆ କୁ ଭୁବନେଶ୍ୱର କେଶୁରା ଅଞ୍ଚଳରୁ ମିଳିବା ଘଟଣା ଗଣମାଧ୍ୟମ ଓ ସୋସିଆଲ ମେଡିଆ ରେ ଗତ ୧୦-୧୨ ଦିନ ହେଲା ଚର୍ଚ୍ଚା ଚାଲି ଥିଲା । ସବୁ ଚର୍ଚ୍ଚା ରେ ଅନ୍ତ ଘଟିଛି । ଆଜି ସକାଳୁ ସମ୍ପୃକ୍ତ ଶୁଆର ତଥାକଥିତ ମଳିକାଣୀ ବୋଲି ନିଜକୁ ଦାବୀ କରୁଥିବା ସସ୍ମିତା ବେହେରାଙ୍କ ଘରେ ନଗର ବନଖଣ୍ଡ ତରଫରୁ ଚଢ଼ାଉ କରି ଶୁଆ ଟିକୁ ଉଦ୍ଧାର କାରାଯାଇଛି । ଆଜି ସକାଳେ ନଗର ବନଖଣ୍ଡ ଅଧିକାରୀ ଯଶୋବନ୍ତ ବେରିହାଙ୍କ ନିର୍ଦେଶ ରେ କଟକ ରେଞ୍ଜ ଅଫିସର ଦୂର୍ଗା ଚରଣ ସାହୁ ନିଜର ଟିମ ଧରି ନଗର ବନଖଣ୍ଡ ଏସିଏଫ ଅନନ୍ତ ଚରଣ ପ୍ରଧାନଙ୍କ ନେତୃତ୍ବ ରେ ସସ୍ମିତାଙ୍କ ତୁଳସୀପୁର ସ୍ଥିତ ଘର କୁ ଦିନ ପ୍ରାୟ ସାଢେ ୧୧ ଟା ବେଳେ ଶୁଆ ଟିକୁ ଜବତ କରିବା ପାଇଁ ପହଞ୍ଚି ଥିଲେ । ହେଲେ ପ୍ରାଥମିକ ପର୍ୟ୍ୟାୟରେ ଶୁଆ ଟିକୁ ଦେବା ପାଇଁ ରାଜି ହୋଇନଥିଲେ ସସ୍ମିତାଙ୍କ ପରିବାର । ଦିନ ୨ଟା ବେଳେ ଏସିଏଫ ଙ୍କ ଅନୁରୋଧ କ୍ରମେ ଭୁବନେଶ୍ୱର ରୁ ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଶୁଭେନ୍ଦୁ ମଲ୍ଲିକ ଯାଇ ତୁଳସୀପୁର ରେ ୩ ଟା ରେ ପହଁଚିଲେ ।
ସେତେବେଳକୁ ସସ୍ମିତାଙ୍କ ପରିବାର ପୋଷା ଶୁଆ "କୋକୋ" କୁ ବନ ବିଭାଗ କୁ ହସ୍ତାନ୍ତର କରିବା ପାଇଁ କୁନ୍ଥୁ କୁନ୍ଥୁ ହେଉଥିଲେ । ଶୁଭେନ୍ଦୁ ଶୁଆ ଭାରତୀୟ ବନ୍ୟପ୍ରାଣୀ ଆଇନ ଦ୍ୱାରା ଏକ ସଂରକ୍ଷିତ ପକ୍ଷୀ ହୋଇଥିବାରୁ ଜଣେ ଘରୋଇ ଲୋକ କେବେ ହେଲେ ବି ଏହାକୁ ଘରେ ପୋଷି ପାରିବ ନାହିଁ ବୋଲି ବୁଝେଇଥିଲେ ।
ଏନେଇ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି "ଭଦ୍ର ମହିଳା ଘର ଭିତରେ ଶୁଆଟି ପ୍ରାୟ ୪ ଫୁଟ ଉଚ୍ଚର ଏକ ପଞ୍ଜୁରୀ ଭିତରେ ଥିଲା । ଏଣୁ ଆଗରୁ ଗଣମାଧ୍ୟମରେ ସସ୍ମିତାଙ୍କ ଘରେ ଶୁଆ ଟି ଖୋଲା ରେ ବିଚରଣ କରୁଥିବା କଥା ଯାହା ପ୍ରକାଶିତ ହୋଇଥିଲା ତାହା ମିଛ" ।
ଉଲ୍ଲେଖଯୋଗ୍ୟ ଏଇ ଶୁଆ ଟି ଏକ ଆଲେକଜାଣ୍ଡ୍ରିନ୍ ପାରାକିଟ ପ୍ରଜାତିର ପକ୍ଷୀ । ଏଇ ପକ୍ଷୀକୁ ଘରେ ପିଞ୍ଜରାରେ ଆବଦ୍ଧ କରି ରଖିବା ଭାରତୀୟ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୩ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ । ଯଦିଓ ରାଜ୍ୟରେ ଅନେକ ସ୍ଥାନରେ ଲୋକମାନେ ଏଇ ଶୁଆ କୁ ବେଆଇନ୍ ଭାବରେ ଘରେ ରଖିଛନ୍ତି ଓ ଅନେକ ସ୍ଥାନରେ ଏହା ବେଆଇନ ଭାବରେ କିଣା ବିକା ମଧ୍ୟ ହେଉଛି । କିଛି ଦାୟୀତ୍ୱବାନ୍ ବନ ଅଧିକାରୀ ଶୁଆ ପାଇଁ ଚଢ଼ାଉ କରି ଜବତ ଓ ଗିରଫ କରୁଥିବା ବେଳେ ଅନେକ ଦାୟୀତ୍ୱହୀନ ଅଧିକାରୀ ଏଇ ଭଳି ବେଆଇନ କାମ କୁ ଦେଖି ମଧ୍ୟ ଆଖି ବୁଜି ଦେଇଛନ୍ତି ।
ତେବେ କୋକୋ ନାମକ ଯେଉଁ ଶୁଆ ଟି ସସ୍ମିତାଙ୍କ ଘରୁ ୧୨ ଦିନ ତଳେ ହଜିଥିଲା, ଆଜି ବନ ବିଭାଗ ସସ୍ମିତାଙ୍କ ଘର ଭିତରେ ପଞ୍ଜୁରୀ ଭିତରୁ ଉଦ୍ଧାର ଉଦ୍ଧାର ହୋଇଥିବା ଶୁଆ ଟି ସମାନ ନୁହେଁ ବୋଳି ଶୁଭେନ୍ଦୁ ସନ୍ଦେହ ପ୍ରକାଶ କରିଛନ୍ତି ।
Powered by Froala Editor