ପ୍ରଧାନ ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ପ୍ରଧାନ ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ, ଗାଳିଗୁଳଜ କଲେ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଗତକାଲି ସୁପ୍ରମିକୋର୍ଟର ପ୍ରଧାନ ବିଚାରପତିଙ୍କ କୋର୍ଟରେ। ଜଣେ ଆବେଦନକାରୀ ନିଜ ମାମଲାକୁ ନେଇ କୋର୍ଟର ଦ୍ବାରସ୍ତ ହୋଇଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ମାମଲାର ଶୁଣାଣି ଆରମ୍ଭ କରିବା ବେଳେ କିଛି ଅରୁଚିକର ସ୍ଥିତି ଘଟିଥିଲା।
ସିଜେଆଇ ସୂର୍ଯ୍ୟକାନ୍ତଙ୍କୁ ଗାଳିଗୁଲଜ କରିବା ସହିତ କାଗଜ ଫିଙ୍ଗିଲେ ଓକିଲ । ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ । କାରଣ ସେ ବିଶ୍ୱାସ କରନ୍ତି ଯେ, ଏପରି କାର୍ଯ୍ୟ ପ୍ରାୟତଃ ଶସ୍ତା ଲୋକପ୍ରିୟତା ପାଇବା ପାଇଁ କରାଯାଏ । ଯଦି କାର୍ଯ୍ୟାନୁଷ୍ଠାନ ନିଆଯାଏ, ତେବେ ଆବେଦନକାରୀ ତାଙ୍କର ଉଦ୍ଦେଶ୍ୟ ହାସଲ କରିବେ ।
ଏପରିକି ସେ ବିଚାରପତିମାନଙ୍କୁ ‘ନ୍ୟାୟିକ ସେବକ’ ବୋଲି ସମ୍ବୋଧନ କରିଥିଲେ। ଖାଲି ସେତିକି ନୁହେଁ ଲକ୍ଷ୍ନୌର ଜଣେ ବ୍ୟକ୍ତିଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ବି ଦେଇଥିଲେ। ଏଭଳି ଅନୁଶାସନହୀନ ବ୍ୟବହାରକୁ ନେଇ କୋର୍ଟ ରୁମରେ ସମସ୍ତେ ଚକିତ ହୋଇପଡ଼ିଥିଲେ।
Powered by Froala Editor