ବାପା ବିଜୟ ଶର୍ମାଙ୍କୁ ମଧ୍ୟ ମାରିଦେଇଥିଲା ଆୟୁଷୀ !
ରାଜସ୍ଥାନ ଜୟପୁରର ବହୁଚର୍ଚ୍ଚିତ ନୀରଜ ଶର୍ମା ହତ୍ୟାକାଣ୍ଡରେ ଏକ ଚାଞ୍ଚଲ୍ୟକର ମୋଡ଼ ଆସିଛି । ମା’ କୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଥିବା ଏଲ୍ଏଲ୍ବି ଶେଷ ବର୍ଷର ଛାତ୍ରୀ ଆୟୁଷୀ ଶର୍ମାଙ୍କ ବିରୋଧରେ ଏବେ ତାଙ୍କ ମାମୁଁ ରାକେଶ ଶର୍ମା ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ମାମୁଁଙ୍କ ଦାବି ଅନୁଯାୟୀ, ଆୟୁଷୀ ନିଜ ମା’ ନୀରଜ ଶର୍ମାଙ୍କୁ ହତ୍ୟା କରିବା ପୂର୍ବରୁ, ଏପ୍ରିଲ ୨୦୨୫ରେ ନିଜ ପିଉସୀ ପୁଅ ଭାଇ ବଳରାମ ସହ ମିଶି ନିଜ ବାପା ବିଜୟ ଶର୍ମାଙ୍କୁ ମଧ୍ୟ ମାରିଦେଇଥିଲା ।
ମୃତ ନୀରଜ ଶର୍ମାଙ୍କ ଭାଇ ତଥା ଆୟୁଷୀଙ୍କ ମାମୁଁ ରାକେଶ ଶର୍ମା ପୁଲିସକୁ ଦେଇଥିବା ଅଭିଯୋଗରେ କହିଛନ୍ତି ଯେ, ଆୟୁଷୀଙ୍କ ବାପା ବିଜୟ ଶର୍ମା ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ । ବିଜୟ ଶର୍ମା ରାଜସ୍ଥାନ ହାଇକୋର୍ଟରେ 'କୋର୍ଟ ମାଷ୍ଟର' ପଦବୀରେ ଥିଲେ । ବାପାଙ୍କ ମୃତ୍ୟୁ ପରେ ଶୋକ ପାଳିବା ବଦଳରେ ଆୟୁଷୀ ତାଙ୍କ ସ୍ଥାନରେ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଆବେଦନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା। ଏହି ସବୁ ଆଇନଗତ କାର୍ଯ୍ୟରେ ତାକୁ ତାର ଭାଇ ବଳରାମ ସାହାଯ୍ୟ କରୁଥିଲା ।
ଆୟୁଷୀ କହିଛି ଯେ, ତାର ମା’ ସବୁବେଳେ ତାର ଭିନ୍ନକ୍ଷମ ସାନଭାଇକୁ ଅଧିକ ଭଲ ପାଉଥିଲେ । ମା’ ତାକୁ ଆଦୌ ଭଲ ପାଉନଥିବା ଭାବି ଆୟୁଷୀ ମନରେ ମା’ ପ୍ରତି ପ୍ରବଳ ଘୃଣା ସୃଷ୍ଟି ହୋଇଥିଲା । ସେଥିପାଇଁ ସେ ବଳରାମ ଏବଂ ହେମନ୍ତ ଶର୍ମାଙ୍କ ସହ ମିଶି ମା’ କୁ ରାସ୍ତାରୁ ହଟାଇବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ।
Powered by Froala Editor