୩୦ ଟଙ୍କା ଚୋରିର ଲାଞ୍ଛନା ସହି ପାରିଲେନି, ଆତ୍ମହତ୍ୟା କଲେ ଅଷ୍ଟମ ଛାତ୍ରୀ
ଜଣେ ଛାତ୍ରୀ ସହପାଠୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ । ସେ ଖବର ପରେ ପରେ ଆଉ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମିଥ୍ୟା ଅଭିଯୋଗକୁ ନେଇ ଜୀବନ ହାରି ଦେଇଛନ୍ତି । ମାତ୍ର ୩୦ ଟଙ୍କା ଚୋରିର ଲାଞ୍ଛନା ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି ।
କର୍ଣ୍ଣାଟକର ବେଙ୍ଗାଲୁରୁ ସହର ଜିଲ୍ଲାର ଆନେକଲ ତାଲୁକା ଅନ୍ତର୍ଗତ ମରାସୁରୁ ଅଞ୍ଚଳରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ଏହି ଛାତ୍ରୀ ଛାଡ଼ିଯାଇଥିବା ଏକ ହସ୍ତଲିଖିତ ଚିଠିରେ ବିଦ୍ୟାଳୟରେ ଟଙ୍କା ଚୋରି କରିଥିବା ନେଇ ମିଥ୍ୟା ଅଭିଯୋଗ ଏବଂ ସେଥିପାଇଁ ହୋଇଥିବା ଅପମାନ ତାଙ୍କୁ ମାନସିକ ଭାବେ ବ୍ୟଥିତ କରିଥିବା ଉଲ୍ଲେଖ କରିଥିବା ଜଣାପଡ଼ିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପୁଲିସ ସୂଚନା ଅନୁସାରେ, ଗୁରୁବାର ରାତିରେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଶୁକ୍ରବାର ଘଟଣାସ୍ଥଳରୁ ଏକ ହସ୍ତଲିଖିତ ଚିଠି ମିଳିଥିବା ବେଳେ, ସେଥିରେ ବିଦ୍ୟାଳୟରେ ୨୦ ଓ ୧୦ ଟଙ୍କା ଚୋରି କରିଥିବା ଅଭିଯୋଗ ନେଇ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ହୋଇଥିବା ଏବଂ ଏହାକୁ ନେଇ ସେ ଗଭୀର ଭାବେ ଆଘାତ ପାଇଥିବା ଲେଖାଯାଇଛି ବୋଲି ପୁଲିସ କହିଛି।
Powered by Froala Editor