ଧ୍ୱଜାବତରଣ କାର୍ଯ୍ୟକ୍ରମକୁ ଆକର୍ଷିତ କରିବ ୧୦୦୦ ଡ୍ରୋନ

ଦେଶରେ ଆସନ୍ତା ୨୩ ତାରିଖରୁ ଗଣତନ୍ତ୍ର ଦିବସ ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହା ୩୦ ତାରିଖ ଯାଏ ଚାଲିବ। ତେବେ ୨୯ ତାରିଖରେ ହେବାକୁ ଥିବା ଧ୍ୱଜାବତରଣ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷିତ କରିବା ପାଇଁ ବିଜୟ ଚୌକରେ ଏକ ହଜାର ଡ୍ରୋନର ଶୋ’ର ଆୟୋଜନ କରାଯିବ । ଏହି ଡ୍ରୋନ ଶୋ’ ଆଇଆଇଟି ଦିଲ୍ଲୀ ସାହାଯ୍ୟରେ କରାଯିବ। ଆଇଆଇଟି ଦିଲ୍ଲୀ ଷ୍ଟାର୍ଟଅପ ବୋଟଲାବ ଡାୟିନାମିକ ପକ୍ଷରୁ ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଡ୍ରୋନଗୁଡ଼ିକ ନିର୍ମାଣ କରାଯାଇଛି।
ପ୍ରତିବର୍ଷ ଦିଲ୍ଲୀର ବିଜୟ ଚୌକରେ ଧ୍ୱଜାବତରଣ ଉତ୍ସବ ପାଳନ କରାଯାଉଛି। ଏବର୍ଷ ମଧ୍ୟ ଜାନୁଆରୀ ୨୯ରେ ଏହା ଆୟୋଜିତ ହେବ। ଧ୍ୱଜାବତରଣ ବେଳେ ସ୍ୱାଧୀନତାର ୭୫ ବର୍ଷ ଇତିହାସକୁ ଲେଜର ଶୋ’ ମାଧ୍ୟମରେ ପ୍ରଦର୍ଶନ କରାଯିବ। ବର୍ତ୍ତମାନ ସୁଦ୍ଧା କେବଳ ତିନୋଟି ଦେଶ ପାଖରେ ଏହପରି କ୍ଷମତା ରହିଛି। ଏଥିରେ ଆମେରିକା, ରୁଷିଆ ଏବଂ ଚୀନ ପରି ଦେଶ ସାମିଲ ଅଛନ୍ତି ।
Powered by Froala Editor