ରାଜ୍ୟରେ ଲିଙ୍ଗ ନିରୂପଣ ଅଭିଯୋଗରେ ଲ୍ୟାବରେ ଚଢଉ
କଟକ: ଲିଙ୍ଗ ନିରୂପଣ କରିବା ଏକ ଦଣ୍ଡନୀୟ ଅପରାଧ ହୋଇଥିବାବେଳେ, ଆଜିବି ଅନେକ ଲ୍ୟାବରେ ଲିଙ୍ଗ ନିରୂପଣ କରାଯାଉଛି । ଆଜି କଟକ ମଙ୍ଗଳାବାଗ ଠାରେ, ଲିଙ୍ଗ ନିରୂପଣ କରାଯାଉଥିବା ଏକ ଲ୍ୟାବ ଉପରେ ମଙ୍ଗଳାବାଗ ପୋଲିସ୍ ଚଢଉ କରିଛି । ଉକ୍ତ ଲ୍ୟାବରେ ମେସିନ ଦ୍ୱାରା ଲିଙ୍ଗ ନିରୂପଣ କରାଯାଉଥିଲା । ଲିଙ୍ଗ ନିରୂପଣ କରୁଥିବା ଯୁବକ କୌଣସି ଡାକ୍ତର ନୁହଁନ୍ତ କିମ୍ବା ତାଙ୍କର ଏବାବଦରେ କୌଣସି ଅଭିଜ୍ଞତା ନଥିବା ଜଣାପଡିଛି ।
ତେବେ ପୋଲିସ୍ ଏ ବିଷୟରେ ଜାଣିପାରି, ଆଜି ଜଣେ ମହିଳାଙ୍କୁ ଏଠାକୁ ପଠାଇଥିଲା । ଏହାପରେ ପୋଲିସ୍ ଉକ୍ତ ଲ୍ୟାବ ଉପରେ ଚଢଉ କରିଥିଲା । ବର୍ତ୍ତମାନ ଲ୍ୟାବର ସମସ୍ତ ତଥ୍ୟ ଜାଣିବା ପାଇଁ ପୋଲିସ୍ ଲ୍ୟାବରେ କାଗଜ ପତ୍ର ଯାଞ୍ଚ କରୁଥିବା ସୂଚନା ମିଳିଛି ।
Powered by Froala Editor