ଗୋଟିଏ ଫଟୋ ଭାଗ୍ୟ ଚମକାଇଲା: ୨ ବର୍ଷୀୟ ଶିଶୁର ଷ୍ଟାଇଲ୍ ଲୁକ୍ ଭାଇରାଲ
ଜଣେ ୨ ବର୍ଷୀୟ ଶିଶୁଙ୍କ ବିଷୟରେ କହିବୁ ଯିଏକି ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ନୂଆ ସ୍କୁଟି ଡେଲେଭରୀ ନେବା ସମୟରେ ତାଙ୍କ ଷ୍ଟାଇଲ୍ ଭିଡିଓ ୧୩.୭ କୋଟି ଭ୍ୟୁ ହୋଇଛି। ଯାହା ତାଙ୍କ ଭାଗ୍ୟ ବଦଳାଇ ଦେଇଛି । ସେ ବାଳକ ଜଣକ ହେଉଛନ୍ତି ମହାରାଷ୍ଟ୍ରର ରୁଦ୍ରାଂଶ ସିଂହ ଠାକୁର । ଏବେ ସେ ଇଣ୍ଟରନେଟ୍ ସେନସେସନ୍ ପାଲଟିଛନ୍ତି । ଜଣେ ହୋଣ୍ଡା ଡିଲର୍ ଶିଶୁର ପ୍ରଥମ ଶ୍ରେଣୀଠୁ ସ୍ନାତକ ପର୍ଯ୍ୟନ୍ତ ଶିକ୍ଷା ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତାଙ୍କ ଷ୍ଟାଇଲ୍ ଲୁକ ପାଇଁ ତାଙ୍କ ଭାଗ୍ୟ ବଦଳିଯାଇଛି ।
ମହାରାଷ୍ଟ୍ରର ୟବତମାଲା ବାସିନ୍ଦା ରୁଦ୍ରାଂଶ ସିଂହ ଠାକୁର ମା’ବାପା ଓ ବଡ଼ ଭଉଣୀ ସହିତ ନୂଆ ହୋଣ୍ଡା ଆକ୍ଟିଭା ସ୍କୁଟର କିଣିବାକୁ ନିକଟରେ ଏକ ହୋଣ୍ଡା ଶୋ’ରୁମ୍କୁ ଯାଇଥିଲେ । ଏହି ସମୟରେ ସ୍କୁଟର ସାମ୍ନାରେ ଠିଆ ହୋଇଥିବା ତାଙ୍କର ଏକ ଭିଡିଓ ରେକର୍ଡ ହୋଇଥିଲା । ସନ୍ଗ୍ଲାସ୍ ପିନ୍ଧି ପକେଟ୍ରେ ହାତ ପୂରାଇ ଷ୍ଟାଇଲ୍ରେ ଠିଆ ହୋଇଥିବା ରୁଦ୍ରାଂଶଙ୍କ ଭିଡିଓ ସୋସିଆଲ ମିଡିଆ ୟୁଜରଙ୍କ ଧ୍ୟାନ ଆକର୍ଷଣ କଲା । ଇନ୍ଷ୍ଟାଗ୍ରାମ୍ରେ ଶେୟାର ହେବା ପରେ ଭିଡିଓଟି ଭାଇରାଲ ହେଲା । ୧୩.୭ କୋଟି ଭ୍ୟୁ ସହିତ ୬୮ ହଜାରରୁ ଅଧିକ କମେଣ୍ଟ ଆସିଲା ।
ଏହି ଭାଇରାଲ ଭିଡିଓ ସାଈ ପଏଣ୍ଟ ହୋଣ୍ଡାର ମାଲିକ ଦୀଲିପ ବୋବେଡ ପାଟିଲଙ୍କ ଦୃଷ୍ଟି ଆକର୍ଷଣ କଲା, ଯେଉଁଠୁ ରୁଦ୍ରାଂଶଙ୍କ ପରିବାର ସ୍କୁଟର କିଣିଥିଲେ । ସେମାନଙ୍କ ଉପସ୍ଥିତିରେ ପାଟିଲ ରୁଦ୍ରାଂଶଙ୍କ ପ୍ରଥମଠୁ ସ୍ନାତକ ଯାଏ ଶିକ୍ଷା ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଲେ ।
Powered by Froala Editor