ଯୋଗୀ ଆଦିତ୍ୟନାଥଙ୍କ ମାଆ ସାବିତ୍ରୀ ଦେବୀଙ୍କ ପରଲୋକ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଦୁଃଖଦ ଖବର । ଆଉ ନାହାନ୍ତି ସିଏମ୍ ଆଦିତ୍ୟନାଥଙ୍କ ମାଆ । ମାତୃ ବିୟୋଗରେ ଭାଙ୍ଗି ପଡ଼ିଛନ୍ତି ସିଏମ୍ ଯୋଗୀ । ୯୧ ବର୍ଷ ବୟସରେ ତାଙ୍କ ମାଆ ସାବିତ୍ରୀ ଦେବୀଙ୍କ ପରଲୋକ ହୋଇଛି । ଉତ୍ତରାଖଣ୍ଡର ପୌଡ଼ି ଗଡ଼ୱାଲ ଜିଲ୍ଲାସ୍ଥିତ ନିଜ ପୈତୃକ ଗାଁ ପଞ୍ଚୁରରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ରାଜନୈତିକ ମହଲ ସମେତ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମାଆ ସାବିତ୍ରୀ ଦେବୀଙ୍କ ୯୧ ବର୍ଷ ବୟସରେ ଉତ୍ତରାଖଣ୍ଡର ପୈତୃକ ଗାଁ ପଞ୍ଚୁରରେ ପରଲୋକ ହୋଇଛି ।
Powered by Froala Editor