ପଂଚାୟତ ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ଦାଖଲ
ଭୁବନେଶ୍ୱର: କରୋନା ସଂକ୍ରମଣକୁ ତାଳ ଦେଇ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରକ୍ରିୟା ଆଗେଇ ଚାଲିଛି । ନିର୍ବାଚନ ଆୟୋଗଙ୍କ ନିଦେ୍ର୍ଧଶନାମା ଅନୁଯାୟୀ ଆଜିଠୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେବ । ଆଜିଠୁ ପ୍ରାର୍ଥୀପତ୍ର ଦାଖଲ କରିବେ ଆଗ୍ରହୀ ପ୍ରାର୍ଥୀ । ଏଥିପାଇଁ ସରଗମ ରହିଛି ବିଭିନ୍ନ ପଞ୍ଚାୟତ । ଏହି ପ୍ରକ୍ରିୟା ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୨ ତାରିଖରେ ପ୍ରାର୍ଥୀପତ୍ରଗୁଡିକ ଯାଞ୍ଚ ହେବ । ଆଗ୍ରହୀ ପ୍ରାର୍ଥୀମାନେ ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ।
୨୫ ତାରିଖ ଅପରାହ୍ନରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।ପ୍ରାର୍ଥୀ ମନୋନୟନ ନେଇ ଏବେ ତିନି ଦଳରେ ଟଣାଭିଡା ଚାଲିଛି । ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟ ପାଇଁ ବ୍ଲକ୍ କାର୍ଯ୍ୟାଳୟରେ ଏବଂ ଜିଲ୍ଲା ପରିଷଦ ସଭ୍ୟମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ ।
ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ ସମଗ୍ର ରାଜ୍ୟରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ନିର୍ବାଚନରେ ୨କୋଟି ୭୯ଲକ୍ଷ ୩୫ହଜାର ୫୨୦ ମତଦାତା ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ରାଜ୍ୟରେ ୯୧ହଜାର ୯୧୩ ୱାର୍ଡ ମେମ୍ବର, ୬ହଜାର ୭୪୯ ସରପଞ୍ଚ, ୬ହଜାର ୭୯୩ ପଞ୍ଚାୟତ ସମିତି ସଭ୍ୟ ଏବଂ ୮୫୩ ଜିଲ୍ଲ ପରିଷଦ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।
Powered by Froala Editor