ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ

ଛତିଶଗଡ଼: ଛତିଶଗଡ଼ ସୀମାନ୍ତ ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାର ଜାମ୍ବିଆ ଗୋଟା ଜଙ୍ଗଲରେ ଏନକାଉଣ୍ଟରରେ ଦୁଇ ଜଣ ମାଓବାଦୀ ନିହତ ହୋଇଛନ୍ତି ।
ସୁଚନା ଅନୁସାରେ ଆଜି ଛତିଶଗଡ଼ ସୀମାନ୍ତ ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାର ଜାମ୍ବିଆ ଗୋଟା ଜଙ୍ଗଲରେ ମାଓବାଦୀ କ୍ୟାମ୍ପ କରି ରହିଥିବା ପୋଲିସକୁ ଗୁଇନ୍ଦା ସୂଚନା ମିଳିବା ପରେ ପୋଲିସ ତାର ଅପରେସନ୍ ଆରମ୍ଭ କରିଥିଲା । ଯାହାଫଳରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ତେବେ ଯବାନ ଅପରେସନ୍ କରିଥିବା ବେଳେ ଯବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ ।ଯାହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ପ୍ରାୟ ଦେଢ଼ ଘଣ୍ଟାରୁ ଅଧିକ ସମୟ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା । ଏନକାଉଣ୍ଟର ସ୍ଥଳରୁ ଦୁଇ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ସେମାନଙ୍କ ଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି।
Powered by Froala Editor