ଦନ୍ତା ହାତୀର ଉନ୍ମତ କାଣ୍ଡ, ଜଣକୁ ପାଦରେ ଚାପି ମାରିଲା ହାତୀ
ଜଳେଶ୍ବର: ଜଳେଶ୍ବର ଅଂଚଳରେ ୩ଟି ଦନ୍ତା ହାତୀର ଉନ୍ମତ କାଣ୍ଡ । ଗାଁରେ ହାଣ୍ଡି ମହୁଲି ଖାଇବା ସହିତ ଜଣକୁ ପାଦରେ ଚାପି ମାରିଲା ହାତୀ । ମୃତକ ଜଣକ ଶିଖର ପୁର ପଞ୍ଚାୟତର ଫାଗୁ ହାଂସଦା । ହାତୀକୁ ଘଉଡେଇବାରେ ବନ କର୍ମଚାରୀ ନିୟୋଜିତ ଅଛନ୍ତି ।
ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଶିଖରପୁର ପଞ୍ଚାୟତ ଓ ବରଢିଆ ପଂଚାୟତରେ ୨ଟି ମା ହାତୀ ଓ ଗୋଟିଏ ଦନ୍ତା ହାତୀର ଉନ୍ମତ କାଣ୍ଡ ଦେଖିବାକୁ ମିଳିଛି । ଆଜି ଭୋର ପ୍ରାୟ ୪ଟା ସମୟରେ ଗାଁରେ ପଶି ଧାନ, ଚାଉଳ, ମଦ, ହାଣ୍ଡିଆ ଖାଇ ଉନ୍ମତ କାଣ୍ଡ ରଚେଇବା ସହିତ ଶିଖର ପୁର ପଂଚାୟତ ବ୍ରଜାରଶୋଳ ଗ୍ରାମରେ ଫଗୁ ହାଂସଦା ଶୌଚ ପାଇଁ ଯାଇଥିବା ବେଳେ ତାକୁ କଚାଡି ମାରିଥିଲା । ଗ୍ରାମବାସୀ ଓ ଜଙ୍ଗଲ ବିଭାଗ ହାତୀ ଘଉଡାଇବାରେ ନିୟୋଜିତ ଥିଲା ବେଳେ ମୃତ ଫଗୁର ପରିବାର କ୍ଷତି ପୂରଣ ପାଇଁ ନିବେଦନ କରିଛନ୍ତି ।
Powered by Froala Editor