ଆପଣଙ୍କ ଫୋନରୁ ବ୍ୟାଟେରୀ ଜଲଦି ସରିଯାଉଛି କି? ତେବେ ନିଜ ଫୋନ ର ଏହି ସେଟିଙ୍ଗ ବଦଳାନ୍ତୁ

ଆଜିକାଲିର ଅଧୁନିକ ଯୁଗର ଯୁବ ପିଢ଼ିଙ୍କ ଠାରୁ ଆରମ୍ଭ କରି ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ପ୍ରାୟ ସ୍ମାର୍ଟ ଫୋନ । ଏହି ସ୍ମାର୍ଟ ଫୋନ ଏପରି ଭାବରେ ନିଶା ହୋଇଛି ଦିନଟିଏ ନ ଖାଇ ରହିଯିବେ କିନ୍ତୁ ନିଜ ଫୋନ ଟି ଗୋଟିଏ ଘଣ୍ଟା ପାଇଁ ଛାଡ଼ିକି ରହିବା ଅସମ୍ଭବ । ସ୍ମାର୍ଟ ଫୋନ ଦ୍ୱାରା ନିଜ ଦୂରରେ ଥିବା ବନ୍ଧୁ ପରିଜନ ଙ୍କ ଠାରୁ ଆରମ୍ଭ କରି ସାଙ୍ଗ ସାଥି ପର୍ଯ୍ୟନ୍ତ ସମସ୍ତଙ୍କ ସହ କଥାବାର୍ତ୍ତା,ଚାର୍ଟିଂ,ଭିଡ଼ିଓ କଲ, ଟଙ୍କା ନେଣ ଦେଣ ଠାରୁ ଆରମ୍ଭ କରି ଦେଶବିଦେଶ ର ଖବର ଜାଣିବା ମଧ୍ୟ ସମ୍ଭବ ହୋଇଛି ସ୍ମାର୍ଟ ଫୋନ ଦ୍ୱାରା । ଏହା ଏପରି ଭାବରେ ମଣିଷକୁ ଗ୍ରାସ କରିଛି ଯାହାକୁ ମୁହୁର୍ତ୍ତେ ମଧ୍ୟ ଛାଡ଼ି ରହିହେବନାହିଁ,ଏମିତିରେ ଯଦି ଆପଣଙ୍କର ସ୍ମାର୍ଟ ଫୋନଟି ମଲ୍ଟି ଫଙ୍କସନିଙ୍ଗ କାରଣରୁ ଏହାର ବ୍ୟାଟେରୀ ଜଲଦି ସରି ଯାଇଥାଏ। ଯେଉଁ କାରଣରୁ ଆପଣ ଚିନ୍ତାରେ ପଡନ୍ତି। କିନ୍ତୁ ଏଥିପାଇଁ ଚିନ୍ତା କରିବାର ବିଲକୁଲ ବି ଆବଶ୍ୟକତା ନାହିଁ, କାହିଁକିନା କାହିଁକିନା ଆଜି ଆମେ ଆପଣଙ୍କୁ ଜଣାଇବୁ ଏମିତି ଏକ ସେଟିଙ୍ଗ ଯାହା ଆପଣ ନିଜ ସ୍ମାର୍ଟଫୋନ ର ଚାର୍ଜ ଜଲଦି ଶେଷ ହେବନାହିଁ। ତେବେ ଆସନ୍ତୁ ଜାଣିବା କଣ ସେହି ସେଟିଙ୍ଗସ।
ସ୍କ୍ରିନ ଟାଇମ ଆଉଟ
ଏହି ସେଟିଙ୍ଗ କରିବା ଦ୍ୱାରା ହ୍ୟାଣ୍ଡସେଟ ର ସ୍କ୍ରୀନ ଆପେ ଆପେ ଲକ ହୋଇଯାଇଥାଏ। ଯଦି ଆପଣ ଏହି ସେଟିଙ୍ଗକୁ ନିଜ ଫୋନରେ କରୁଛନ୍ତି ତାହେଲେ ଆପଣଙ୍କ ଫୋନର ବ୍ୟାଟେରୀ ଜଲଦି ସାରିବନାହିଁ।
ଜିପିଏସ ଅଫ ରଖନ୍ତୁ
ଆଜିକାଲି ଜିପିଏସକୁ କାମରେ ଲଗାଇଲେଣି ଲୋକେ। ଏହାଦ୍ୱାରା ଅତି ସହଜରେ ଲୋକେସନର ପତ୍ତା ଲଗାଯାଇପାରିବ। ଯଦି ଆପଣ ଜିପିଏସର ବ୍ୟବହାର କରୁନାହାନ୍ତି ତାହେଲେ ଆପଣ ଜିପିଏସକୁ ଅଫ୍ କରିଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଚାର୍ଜ ଜଲଦି ସରିବନାହିଁ।
ପାୱାର ସେଭିଂ ମୋଡ଼
ଏବେ ଅଧିକାଂଶ ସ୍ମାର୍ଟଫୋନରେ ପାୱାର ସେଭିଂ ମୋଡ୍ସ ଅପ୍ସନ ଡେଫଲ୍ଟ ଭାବରେ ଦିଆଯାଉଛି। ଯଦି ଆପଣଙ୍କ ଫୋନରେ ଏହି ଫିଚର ନାହିଁ ତାହେଲେ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ଼ କରିଦିଅନ୍ତୁ। ଏବଂ ଏହାକୁ ସବୁବେଳେ ଅନ ରଖନ୍ତୁ।
Powered by Froala Editor