ମନ୍ଦିରରୁ ନବବଧୂକୁ ଉଠାଇନେଲେ
ବିବାହ ସରୁ ସରୁ ବରକୁ ମାଡ଼ ମାରି କନ୍ୟାକୁ କାରରେ ଟେକିନେଲେ । ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାର ତେଜପାଲ ରାଜପୁତ ଏବଂ ତଞ୍ଜିମ ମନସୂରୀଙ୍କ ମଧ୍ୟ ପ୍ରେମ ସମ୍ପର୍କ ଥିଲା। ଯାହାକୁ ତଞ୍ଜିମଙ୍କ ପରିବାର ଗ୍ରହଣ କରୁନଥିଲେ । ତେବେ ଉଭୟେ ଇନ୍ଦୋରରେ ଲିଭ୍-ଇନ୍-ରିଲେସନସିପରେ ମଧ୍ୟ ରହିଥିଲେ । ପରେ ଉଭୟେ ମହାଦେବଗଡ଼ ମନ୍ଦିରରେ ପହଞ୍ଚି ବୈଦ୍ଧିକ ରୀତିନୀତି ଅନୁଯାୟୀ ବିବାହ ସମ୍ପନ୍ନ କରିଥିଲେ।
ବିବାହ ପରେ ସେମାନେ ବିବାହ ସମ୍ବନ୍ଧୀୟ ଆଇନଗତ କାଗଜପତ୍ର ଓ ନୋଟାରୀ ପ୍ରକ୍ରିୟା ଶେଷ କରିବା ପାଇଁ ମାଲିକୁଣ୍ଡା ଅଞ୍ଚଳର ଏକ କାର୍ଯ୍ୟାଳୟକୁ ଯାଇଥିଲେ। ସେହି ସମୟରେ ହଠାତ୍ ଯୁବତୀଙ୍କ ପରିବାର ଲୋକ ଏବଂ କିଛି ସମ୍ପର୍କୀୟ ସେଠାରେ ପହଞ୍ଚିଥିଲେ। ସେମାନେ ତେଜପାଲଙ୍କୁ ମାଡ଼ ମାରି ନବବିବାହିତା ତଞ୍ଜିମଙ୍କୁ ଜବରଦସ୍ତି କାରରେ ବସାଇ ନେଇ ଯାଇଥିଲେ । ଏଯାବତ ଯୁବତୀ ଜଣକ କେଉଁଠି ଅଛନ୍ତି ତାଙ୍କର ପତ୍ତା ମଧ୍ୟ ମିଳିନାହିଁ । ତେବେ ଏହି ଘଟଣାକୁ ନେଇ ଚର୍ଚ୍ଚା ଲାଗିଛି ରହିଛି । ସେପଟେ ଯୁବକ ଜଣକ କହିଛନ୍ତି କି, ମୋ ସ୍ତ୍ରୀଙ୍କୁ ମୋତେ ଫେରାଇ ଦିଅ । ସିସିଟିଭିରେ କଏଦ ହୋଇଥିବା ଭିଡିଓ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ଭିଡିଓକୁ ନେଇ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି ।
Powered by Froala Editor