ଆଜି ପହଞ୍ଚିବ ୯୦ ହଜାର କୋଭିସିଲ୍ଡ

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାକୁ ମାତ ଦେବା ପାଇଁ ରାଜ୍ୟରେ ଟିକାକରଣ ଜାରି ରହିଛି । ଏହାରି ଭିତରେ ଆଜି ରାଜ୍ୟରେ ଆଉ ୯୦ ହଜାର କୋଭିସିଲ୍ଡ ଟିକା ପହଞ୍ଚିବ ବୋଲି ପରିବାର କଲ୍ୟାଣ ନିଦେ୍ର୍ଧଶକ ସୂଚନା ଦେଇଛନ୍ତି । ୧୮ ବର୍ଷରୁ ଊଦ୍ଧ୍ୱର୍ଙ୍କୁ ଟିକାକରଣ ପ୍ରସଙ୍ଗରେ ପରିବାର କଲ୍ୟାଣ ନିଦେ୍ର୍ଧଶକ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ମେ’ ୧ ପରେ ରାଜ୍ୟରେ ଟିକା ପହଞ୍ଚିଲେ ଟିକାକରଣ ଆରମ୍ଭ ହେବ । ଟିକାକରଣ ପାଇଁ ଆମେ ପ୍ରସ୍ତୁତ ଅଛୁ । ସେସନ ସାଇଟ ପ୍ରସ୍ତୁତ ଅଛି । ଆବଶ୍ୟକସ୍ଥଳେ ସେସନ ସାଇଟ ବୃଦ୍ଧି କରାଯିବ । ବର୍ତ୍ତମାନ ସୁଦ୍ଧା ୫୭ ଲକ୍ଷ ୪ ହଜାର ୯୧୬ ଡୋଜ ଟିକା ଦିଆଯାଇଛି ବୋଲି ପରିବାର କଲ୍ୟାଣ ନିଦେ୍ର୍ଧଶକ ସୂଚନା ଦେଇଛନ୍ତି ।
Powered by Froala Editor