ଆଜି ରାଜ୍ୟରେ ୧୦,୦୦୦ ପାର୍ କରୋନା ପଜିଟିଭ୍

ଭୁବନେଶ୍ୱର: ଦିନକୁ ଦିନ କରୋନା ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି । ଗତ କିଛି ଦିନ ହେବ ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୧୦୦୦୦ପାର୍ କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ରାଜ୍ୟରେ ୧୦ହଜାର ୨୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୫୯୬୨ଜଣ ରହିଥିବାବେଳେ ୪୩୧୧ଜଣ ସ୍ଥାନୀୟ ସଂକ୍ରମଣ ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୧୦୬୫ଜଣ ଛୁଆ ଅଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଖୋର୍ଦ୍ଧାରୁ ସର୍ବାଧିକ ୩ହଜାର ୪୬୯ , ଅନୁଗୁଳରୁ ୮୫, କଟକରୁ ୮୪୪, ବାଲେଶ୍ୱରରୁ ୪୫୭, ବରଗଡରୁ ୧୦୨, ଭଦ୍ରକରୁ ୧୦୨, ବଲାଙ୍ଗୀରରୁ ୧୯୧, ବୌଦ୍ଧରୁ ୨୪, ଦେବଗଡରୁ ୨୩, ଢେଙ୍କାନାଳରୁ ୬୯, ଗଜପତିରୁ ୧୨୬, ଗଞ୍ଜାମରୁ ୫୫, ଜଗତସିଂହପୁରରୁ ୧୩୨, ଯାଜପୁରରୁ ୧୪୩, ଝାରସୁଗୁଡାରୁ ୨୦୨, କଳାହାଣ୍ଡିରୁ୨୦୩, କନ୍ଧମାଳରୁ ୨୬, କେନ୍ଦ୍ରାପଡାରୁ ୭୪, କେନ୍ଦୁଝରରୁ ୧୧୪, କେରାପୁଟରୁ ୧୮୬, ମାଲକାନାଗିରିରୁ ୩୦, ମୟୂରଭଞ୍ଜରୁ ୩୪୦, ନବରଙ୍ଗପୁରରୁ ୧୨୫, ନୟାଗଡରୁ ୧୨୧, ନୂଆପଡାରୁ ୪୫, ପୁରୀରୁ ୨୬୯, ରାୟଗଡାରୁ ୧୮୩, ସମ୍ବଲପୁରରୁ ୫୨୯, ସୋନପୁରରୁ ୧୩୨, ସୁନ୍ଦରଗଡରୁ ୧୦୪୯ଓ ରାଜ୍ୟପୁଲରୁ ୭୯୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ଲକ୍ଷ ୧୧ହଜାର ୮୭୯କୁ ବୃଦ୍ଧି ପାଇଛି ।
Powered by Froala Editor