ମକର ସଂକ୍ରାନ୍ତିରେ ବନ୍ଦ ରହିବ ଘଟଗାଁ ମା’ ତାରିଣୀ ପୀଠ
ପବିତ୍ର ମକର ସଂକ୍ରାନ୍ତିରେ ବନ୍ଦ ରହିବ ଘଟଗାଁର ପ୍ରସିଦ୍ଧ ମା’ ତାରିଣୀ ମନ୍ଦିର। କରୋନା ସଂକ୍ରମଣ ବଢ଼ିଥିବାରୁ ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲା ଘଟଗାଁ ସ୍ଥିତ ମା’ ତାରିଣୀଙ୍କ ମନ୍ଦିର ବନ୍ଦ ରହିବ। ରାଜ୍ୟ ସ୍ବତନ୍ତ୍ର ରିଲିଫ କମିସନର ଓ କେନ୍ଦୁଝର ଜିଲ୍ଲାପାଳଙ୍କ ଚିଠି ଅନୁସାରେ ୧୪ ତାରିଖ ଦିନ ମନ୍ଦିର ପରିସରକୁ କୌଣସି ଭକ୍ତ ପ୍ରବେଶ କରିପାରିବେ ନାହିଁ। ହେଲେ ମା’ଙ୍କ ନୀତିକାନ୍ତି ଯଥାରୀତି ସଂପନ୍ନ କରାଯିବ। ମା’ଙ୍କ ବେଶ, ସକାଳ ଆଳତି , ଅନ୍ନପ୍ରସାଦ ନୀତି, ସନ୍ଧ୍ୟା ଆଳତି ଓ ପହଡ଼ ଆଳତି ଯଥାର ସଂପାଦନ ହେବ ବୋଲି ଟ୍ରଷ୍ଟ ବୋର୍ଡର ସଭାପତି ରାଜେନ୍ଦ୍ର ପଟ୍ଟନାଏକ ସୂଚନା ଦେଇଛନ୍ତି। ଏପରିକି ଜିଲ୍ଲାର ସମସ୍ତ ମନ୍ଦିର ମକର ସଂକ୍ରାନ୍ତିରେ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।
ମକର ସଂକ୍ରାନ୍ତିରେ ମା’ ତାରିଣୀଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ଦୂର ଦୂରାନ୍ତରରୁ ଶ୍ରଦ୍ଧାଳୁ ମା’ ତାରିଣୀଙ୍କ ଦର୍ଶନ କରିବାକୁ ଆସନ୍ତି। ଏଣୁ ଏହାକୁ ଏଡ଼ାଇବାକୁ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି।
Powered by Froala Editor