ହାତୀ ଆକ୍ରମଣରେ ଫରେଷ୍ଟର ଗୁରୁତର
ଟାଙ୍ଗୀ: ଗତକାଲି ରାତିରେ ଟାଙ୍ଗୀ ରେଞ୍ଜ ଉଦୁଗିରି ଜଙ୍ଗଲରୁ ଗୋଟିଏ ଗୋଠ ଛଡ଼ା ଦନ୍ତା ଉଦୁଗିରି ଜଙ୍ଗଲରୁ ବାହାରି ଟାଙ୍ଗୀ ନିକଟସ୍ଥ ରଣପୁର ରେଞ୍ଜ ଉପେନ୍ଦ୍ରପୁର ଗ୍ରାମ ନିକଟକୁ ପଳାଇ ଯାଇ ଜଣଙ୍କର ବାରି ପଟେ ପଶିଥିଲା। ଖବର ପାଇ ବନ କର୍ମଚାରୀ ମାନେ ଦନ୍ତାକୁ ଘଉଡାଇବା ବେଳେ ଦନ୍ତା ଅତର୍କିତ ଭାବେ ପ୍ରତି ଆକ୍ରମଣ କରିଥିଲା। ତେବେ ଫରେଷ୍ଟ ଅଫିସର ଜଣଙ୍କ ଏକୁଟିଆ ପଡି ଯିବାରୁ ତାଙ୍କୁ ଦନ୍ତା ହାତୀଟି ଆକ୍ରମଣ କରିଥିଲା। ଦନ୍ତା ଟି ଫରେଷ୍ଟରଙ୍କ ଛାତି ଉପରେ ଖୋଜ ପକାଇଥିବା ଜଣା ପଡିଛି। ଖବର ପାଇ ଟାଙ୍ଗୀ ବନ୍ୟ ପ୍ରାଣୀ ରେଂଜ୍ ଅଫିସର ଚୁଡାରାଣୀ ମୁର୍ମୁ ସଦଳେ ବଳେ ଘଟଣା ସ୍ଥଳରେ ପହଞ୍ଚି ଫରେଷ୍ଟର ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ।
ପ୍ରଥମେ ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଫରେଷ୍ଟ ଅଫିସରଙ୍କ ନାମ ସୌରି କୁମାର ପାତ୍ର ଓ ତାଙ୍କ ବୟସ ୩୬ ବର୍ଷ। ଫରେଷ୍ଟର ଶ୍ରୀ ପାତ୍ର ଖୋର୍ଦ୍ଧା ଡିଭିଜନ୍ ରଣପୁର ରେଂଜ୍ ଶଙ୍ଖଯୋଡି ସେକସନରେ ଫରେଷ୍ଟ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ଛାତି ହାଡ ଭାଙ୍ଗି ଯାଇଥିବା ଅନୁମାନ କରାଯାଊଛି।
Powered by Froala Editor